Breaking PLUSଦେଶ ବିଦେଶମୁଖ୍ୟ ଖବର

ନାମ୍ବିବିଆ ରାଷ୍ଟ୍ରପତି ଡକ୍ଟର ହେଗ ଜି.ଗେନଗୋବଙ୍କ ବିୟୋଗ

ୱିଂଡହକ୍, 4 ଫେବୃଆରୀ – ନାମ୍ବିବିଆର ରାଷ୍ଟ୍ରପତି ଡକ୍ଟର ହେଗ ଜି.ଗେନଗୋବଙ୍କର 82 ବର୍ଷ ବୟସରେ ବିୟୋଗ ହୋଇଛି । ରାଷ୍ଟ୍ରପତି କାର୍ଯ୍ୟାଳୟ ଅନୁସାରେ, ଗେନଗୋବ ରବିବାର ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । କିଛି ସପ୍ତାହ ପୂର୍ବରୁ ସେ କ୍ୟାନସରରେ ପୀଡିତ ଥିବା ଜଣାପଡିଥିଲା । ଡକ୍ଟର ନାଙ୍ଗୋଲୋ ମବୁମ୍ବାଙ୍କୁ ନାମ୍ବିବିଆ ଗଣରାଜ୍ୟର କାର୍ଯ୍ୟବାହନ ରାଷ୍ଟ୍ରପତି ଭାବେ ନିଯୁକ୍ତ କରାଯାଇଛି ।
ନାମ୍ବିବିଆର ରାଷ୍ଟ୍ରପତି କାର୍ଯ୍ୟାଳୟ ଏକ୍ସ ହ୍ୟାଣ୍ଡେଲରେ ଏହି ଦୁଃଖ ସୂଚନା ପ୍ରଦାନ କରିଛି । କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ଅତ୍ୟନ୍ତ ଦୁଃଖର ସହିତ ଏହା ସୂଚିତ କରାଯାଉଛି ଯେ, ନାମ୍ବିବିଆ ଗଣରାଜ୍ୟର ରାଷ୍ଟ୍ରପତି ଓ ଆମର ପ୍ରିୟ ଡକ୍ଟର ହେଜ ଜି.ଗେନଗୋବଙ୍କର ଆଜି ପ୍ରାୟ 00.04 ସମୟରେଲେଡି ପୋହାମ୍ବା ହସ୍ପିଟାଲରେ ବିୟୋଗ ହୋଇଛି । ଏହି ସମୟରେ ତାଙ୍କ ନିକଟରେ ମେଡିକାଲ ଟିମ୍, ତାଙ୍କ ପତ୍ନୀ ମ୍ୟାଡାମ ମୋନିକା ଗିଙ୍ଗୋସ ଓ ତାଙ୍କ ସନ୍ତାନମାନେ ଉପସ୍ଥିତ ଥିଲେ ।

Show More

Related Articles

Back to top button