Breaking PLUSଦେଶମୁଖ୍ୟ ଖବର

ପାକିସ୍ତାନ ପାଇଁ ଗୁପ୍ତଚର କାମ କରୁଥିବା ବ୍ୟକ୍ତି ମେରଠରୁ ଗିରଫ

ଲକ୍ଷ୍ନୌ, 4 ଫେବୃଆରୀ – ଉତ୍ତର ପ୍ରଦେଶର ଆତଙ୍କବାଦୀ ନିରୋଧୀ ସ୍କ୍ୱାର୍ଡ ଋଷର ମସ୍କୋ ସ୍ଥିତ ଭାରତୀୟ ଦୂତାବାସରେ କାମ କରୁଥିବା ଜଣେ ଯୁବକକୁ ମେରଠରୁ ଗିରଫ କରିଛି । ଗିରଫ ଯୁବକ ଜଣକ ହାପୁଡ ଜିଲ୍ଲାର ବୋଲି ଜଣାପଡିଛି । ସମ୍ପୃକ୍ତ ବ୍ୟକ୍ତି ଜଣକ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ପାଇଁ ଗୁପ୍ତଚାର କରୁଥିବା ଅଭିଯୋଗ ହୋଇଛି ।
ଉତ୍ତର ପ୍ରଦେଶ ଏଟିଏସର ଏଡିଜି ମୋହିତ ଅଗ୍ରୱାଲ ରବିବାର କହିଛନ୍ତି ଯେ, ଗୁପ୍ତଚାର କରୁଥିବା ଅଭିଯୋଗରେ ହାପୁଡ ବାସିନ୍ଦା ସତ୍ୟୈନ୍ଦ୍ର ସିବାଲଙ୍କୁ ଗିରଫ କରିଛି ଏଟିଏସ । ସେ 2021ରୁ ମସ୍କୋ ସ୍ଥିତ ଦୂତାବାସରେ ଇଣ୍ଡିଆ ୱେଷ୍ଟ ସିକ୍ୟୁରିଟି ଆସିଷ୍ଟାଣ୍ଟ ପଦରେ କାମ କରୁଥିଲେ । ପଚରାଉଚରାରେ ଅଭିଯୁକ୍ତ ଜଣକ ଭାରତୀୟ ଦୂତାବାସ, ପ୍ରତିରକ୍ଷା ମନ୍ତ୍ରାଳୟ, ବୈଦେଶିକ ମନ୍ତ୍ରାଳୟ ଓ ଭାରତୀୟ ସୈନ୍ୟ ଇନଷ୍ଟିଚ୍ୟୁଟର ଗୁରୁତ୍ୱପୂର୍ଣ୍ଣ ଗୋପନୀୟ ସୂଚନା ପାକିସ୍ତାନୀ ହ୍ୟାଣ୍ଡଲରକୁ ପଠାଇଥିବା ସ୍ୱୀକାର କରିଛି । ଅଭିଯୁକ୍ତ ନିକଟରୁ ମୋବାଇଲ୍ ଫୋନ, ଆଧାର କାର୍ଡ, ପାନ୍ କାର୍ଡ ଓ ଗୋଟିଏ ପରିଚୟପତ୍ର ଜବତ କରାଯାଇଛି ।

Show More

Related Articles

Back to top button