Breaking PLUSଓଡ଼ିଶାମୁଖ୍ୟ ଖବର
ରାଜଧାନୀରେ ଅଣାୟତ୍ତ ଡେଙ୍ଗୁ, ଦିନକରେ 60 ପଜିଟିଭ
ରାଜ୍ୟର 60 ପ୍ରତିଶତ ଡେଙ୍ଗୁ ରୋଗୀ ଭୁବନେଶ୍ବରର

ରାଜଧାନୀରେ ଅଣାୟତ୍ତ ଡେଙ୍ଗୁ । କାୟା ବିସ୍ତାର କରି ଚାଲିଛି ଡେଙ୍ଗୁ । କ୍ୟାପିଟାଲ ହସ୍ପିଟାଲରେ ଦୈନିକ ୬୦ ଡେଙ୍ଗୁ ପଜିଟିଭ୍ । ସାରା ରାଜ୍ୟରେ ଯେତିକି ଡେଙ୍ଗୁ ରୋଗୀ ବାହାରୁଛନ୍ତି ସେଥି ମଧ୍ୟରୁ ଭୁବନେଶ୍ୱରରେ ଚିହ୍ନଟ ହେଉଛନ୍ତି ୬୦ ପ୍ରତିଶତ ରୋଗୀ । ନୟାପଲ୍ଲୀ, ପୁରୁଣା ଭୁବନେଶ୍ୱର, ଆଚାର୍ଯ୍ୟବିହାର, ଜାଗମରା, ପୋଖରୀପୁଟ ଭଳି ଅଞ୍ଚଳ ଏବେ ଡେଙ୍ଗୁର ଗନ୍ତାଘର।
ହସ୍ପିଟାଲରେ ପ୍ରତିଦିନ ୩୦୦ରୁ ୪୦୦ ଲୋକଙ୍କ ଡେଙ୍ଗୁ ପରୀକ୍ଷା ହେଉଛି । ୧୦ରୁ ୧୨ ଜଣ ଆଡ଼ମିଶନ ହେଉଛନ୍ତି । ଏବେ ହସ୍ପିଟାଲରେ ଡେଙ୍ଗୁ ରୋଗୀଙ୍କ ଲାଗି ୫୦ ସ୍ୱତନ୍ତ୍ର ବେଡ୍ ଥିବାବେଳେ ୪୮ ଜଣ ଆଡମିଟ୍ ହୋଇ ଚିକିତ୍ସିତ ହେଉଛନ୍ତି । ଚିକିତ୍ସିତ ରୋଗୀଙ୍କ ମଧ୍ୟରୁ ୮ରୁ ୯ ଜଣଙ୍କ ବ୍ଲଡ୍ ପ୍ଲେଟଲେଟ୍ ଲାଗୁଛି । ଲୋକେ ସଚେତନ ନହେଲେ ଆଗକୁ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ିପାରେ ବୋଲି କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ଅଧୀକ୍ଷକ।…