Breaking PLUSଅପରାଧଓଡ଼ିଶାମୁଖ୍ୟ ଖବର

ସାଇବର ଠକ ଜାଲରେ ସରକାରୀ କର୍ମଚାରୀ, ବିଟ୍ କଏନର ଲୋଭ ଦେଖାଇ ଲଗାଇଲେ ଚୂନ

17ଲକ୍ଷ ଟଙ୍କାର ଚୂନ ଲଗାଇଲେ ଠକ

ସାଇବର ଠକ୍ ଜାଲରେ ସରକାରୀ କର୍ମଚାରୀ । ଏଥର ବିଟ୍ କଏନର ଲୋଭ ଦେଖାିଇ ଲଗାଇଲେ ଚୂନ । ବିଟ୍ କଏନର ଲୋଭ ଦେଖାଇ 17 ଲକ୍ଷ ଟଙ୍କାର ଚୂନ ଲଗାଇଲେ ସାଇବର ଠକ । ଏମିତି ଏକ ଘଟଣା ଘଟିଛି କଟକ ସହରରେ । ଠକାମିର ଶିକାର ହେବା ପରେ ସାଇବର ଥାନାରେ ଦ୍ୱାରସ୍ଥ ହୋଇଛନ୍ତି ସରକାରୀ କର୍ମଚାରୀ । ସାଇବର ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ କର୍ମଚାରୀ ଜଣକ ଅଧିକ ଟଙ୍କା ପାଇବା ଲୋଭ କରି ଏକ ନକଲି ବିଟ୍ କଏନ ୱେବସାଇଟ୍‌ରେ ଟଙ୍କା ଲଗାଇ 17 ଲକ୍ଷ ଟଙ୍କା ଠକେଇର ଶିକାର ହୋଇଛନ୍ତି । ଯୁବକଙ୍କୁ ଗଲା ମାସ 27 ତାରିଖରେ ଏକ ଅଜଣା ହ୍ବାଟସଆପ୍ ନମ୍ବରରୁ ମେସେଜ୍ ଆସିଥିଲା । ଅନଲାଇନରେ ଚାକିରୀ ପାଇଁ ହ୍ୱାଟସ୍ ଆପରୁ ମେସେଜ ଆସିବା ପରେ ତାଙ୍କୁ ଟେଲିଗ୍ରାମର ଏକ ଗ୍ରୁପରେ ଯୋଡ଼ି ଦିଆଯାଇଥିଲା । ଲାଇକ ଏବଂ ସେୟାର କରି କିଛି ଟଙ୍କା ରୋଜଗାର କରିବା ପରେ ଅଧିକ ଟଙ୍କା ରୋଜଗାର ଲୋଭ ଦେଖାଇ କ୍ରିପଟୋ କରେନ୍ସି ନିବେଶ ପାଇଁ ପ୍ରସ୍ତାବ ଦେଇଥିଲେ ।

ମାତ୍ର କମିଶନ ଆସିବା ହଠାତ୍ ବନ୍ଦ ହୋଇଯିବାରୁ ସନ୍ଦେହ ବଢିଥିଲା । ତେବେ ଠକଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିବା ପରେ କୌଣସି ଯୋଗାଯୋଗ ନହେବାରୁ ସନ୍ଦେହ ବଢିଥିଲା । ଏବଂ ଠକାମିର ଶିକାର ହୋଇଛନ୍ତି ବୋଲି ଜାଣି ବାକୁ ପାଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ତେବେ ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ କରୁଛି । ଏହି ସାଇବର ଠକ ରାଜ୍ୟର ନା ରାଜ୍ୟ ବାହାର ସେ ନେଇ କୌଣସି ପତ୍ତା ମିଳି ପାରିନାହିଁ ।

Show More

Related Articles

Back to top button