Breaking PLUSଦେଶମୁଖ୍ୟ ଖବର

ଶୀତ ପାଇଁ ଦିଲ୍ଲୀରେ 5ଦିନ ସ୍କୁଲ ଛୁଟି

ନୂଆଦିଲ୍ଲୀ, 7 ଜାନୁଆରୀ – ଦିଲ୍ଲୀରେ ପ୍ରବଳ ଶୀତ ପାଇଁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲକୁ 5ଦିନ ଛୁଟି ବୃଦ୍ଧି ଘୋଷଣା କରିଛନ୍ତି ଦିଲ୍ଲୀ ସରକାର । ଫଳରେ ଚଳିତ ସପ୍ତାହରେ ବି ପଞ୍ଚମ ଶ୍ରେଣୀ ଯାଏ ବନ୍ଦ ରହିବ ସ୍କୁଲ । ଦିଲ୍ଲୀ ଶିକ୍ଷା ମନ୍ତ୍ରୀ ଆତିଶି ଏକ୍ସ ପୋଷ୍ଟରେ କହିଛନ୍ତି ଯେ, ପ୍ରବଳ ଥଣ୍ଡା କାରଣରୁ ଦିଲ୍ଲୀରେ ନର୍ସରୀରୁ 5ମ ଶ୍ରେଣୀ ଯାଏ ଆଗାମୀ 5ଦିନ ଯାଏ ବନ୍ଦ ରହିବ ସ୍କୁଲ ।
ଏଠାରେ ସୂଚନାଯୋଗ୍ୟ, ଗତକାଲି ଏକ ନିର୍ଦ୍ଦେଶରେ ଦିଲ୍ଲୀର ଶିକ୍ଷା ବିଭାଗ ଶୀତ ଛୁଟିକୁ ବୁଧବାର ଯାଏ ବୃଦ୍ଧି କରିବାକୁ ଘୋଷଣା କରିଥିଲେ । କିଛି ଘଣ୍ଟା ପରେ ଏହି ନିର୍ଦ୍ଦେଶକୁ ପ୍ରତ୍ୟାହୃତ କରାଯାଇଥିଲା ।

Show More

Related Articles

Back to top button