Breaking PLUSଓଡ଼ିଶାଦେଶମୁଖ୍ୟ ଖବର
ଭୁବନେଶ୍ୱରରେ ଦିଲ୍ଲୀ ପୋଲିସ

ଭୁବନେଶ୍ୱର,24 ଫେବୃୟାରୀ – ସାଇବର ହ୍ୟାକିଂ ମାମଲା ଓଡ଼ିଶାରୁ ଜଣେ ବ୍ୟକ୍ତିଙ୍କୁ ଉଠାଇ ନେଇଛି ଦିଲ୍ଲୀ ପୋଲିସ । ବମିଖାଲର ରାମ ଭ୍ରମର ପ୍ୟାଲେସରେ ରେଡ କରିଛି ଦିଲ୍ଲୀ ପୋଲିସର ସାଇବର ଓ୍ଵିଙ୍ଗ । ସାଇବର ହ୍ୟାକ ମାମଲାରେ ପୋଲିସ ଉଠାଇ ନେଇଥିବା ବ୍ୟକ୍ତି ଜଣକ ହେଲେ ପ୍ରଭାତ କୁମାର ପାତ୍ର । ସାଇବର ହ୍ୟାକିଂ ଅଭିଯୋଗ ପରେ ଦିଲ୍ଲୀ ପୁଲିସର ସାଇବର ୱିଙ୍ଗ ତଦନ୍ତ ପାଇଁ ଭୁବନେଶ୍ବରରେ ଆସି ପହଞ୍ଚିଥିଲେ। ଆଇପି ଆଡ୍ରେସକୁ ଟ୍ରାକ୍ କରି ସେମାନେ ଦିଲ୍ଲୀରୁ ଆସି ଭୁବନେଶ୍ବରରେ ପହଞ୍ଚିଥିଲେ। ତେବେ କେଉଁ ମାମଲାରେ ବା ପ୍ରସଙ୍ଗରେ ହ୍ୟାକିଂ ଅଭିଯୋଗ ହୋଇଥିଲା, ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ।