Breaking PLUSଓଡ଼ିଶାମୁଖ୍ୟ ଖବର

ଦେବଗଡ଼ରେ ସ୍କିଲ୍ ଇଣ୍ଡିଆ ସେଣ୍ଟରର ଉଦଘାଟନ କଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,24 ଫେବୃୟାରୀ – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଦେବଗଡ଼ରେ ସ୍କିଲ୍ ଇଣ୍ଡିଆ ସେଣ୍ଟରର ଉଦଘାଟନ କରିଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, କୌଶଳ ଭାରତ, ବିକଶିତ ଭାରତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଳ୍ପନାରେ ନୂଆ ଭାରତର ପ୍ରସ୍ତୁତି ପାଇଁ ଯୁବବର୍ଗଙ୍କୁ ଅଧିକରୁ ଅଧିକ ଦକ୍ଷ କରିବା ଲକ୍ଷ୍ୟରେ ଦେବଗଡ଼ରେ ସ୍କିଲ୍ ଇଣ୍ଡିଆ ସେଣ୍ଟରର ଉଦଘାଟନ କରି ଆନନ୍ଦିତ । ଦେବଗଡ଼ ସମେତ ଆଖପାଖ ଅଞ୍ଚଳର ଯୁବକ ଯୁବତୀଙ୍କୁ ଏନଏସଡିସିଇଣ୍ଡିଆ ସହଯୋଗରେ ସ୍ଥାପିତ ଏହି ସେଣ୍ଟରରେ ଷ୍ଟୋରିବୋର୍ଡ ଆଟିଷ୍ଟ, ଗ୍ରାଫିକ୍ସ ଡିଜାଇନ, ଗେମିଂ, କାର୍ଟୁନ, ଗ୍ରାଫିକ ଆର୍ଟ, ଆତିଥେୟତା, ଆଇଟି ସହାୟକା ଭଳି 10ଟି କ୍ଷେତ୍ରରେ ଭବିଷ୍ୟତର ପ୍ରଶିକ୍ଷଣ ଦିଆଯିବ । ଭାରତକୁ ଦକ୍ଷତା କ୍ଷେତ୍ରର ପେଣ୍ଠସ୍ଥଳୀ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ କଳ୍ପନା ଅଛି । ଆମର ଯୁବଶକ୍ତିଙ୍କୁ ଦକ୍ଷ ଓ ଆତ୍ମନିର୍ଭର କରିବା ମୋଦୀଙ୍କ ଗ୍ୟାରେଣ୍ଟି ହୋଇଛି । କର୍ମ କ୍ଷେତ୍ରରେ ଓଡ଼ିଶା ସମେତ ଭାରତବର୍ଷର ଯୁବକ ଯୁବତୀଙ୍କୁ ସ୍କିଲିଂ, ରି-ସ୍କିଲିଂ ଏବଂ ଅପ୍ ସ୍କିଲିଂ ଦୁନିଆ ସହ ଯୋଡିବା ପାଇଁ ମୋଦୀ ସରକାର ପ୍ରତିବଦ୍ଧ ।

Show More

Related Articles

Back to top button