ଦେଶମୁଖ୍ୟ ଖବର

ଶାନ୍ତି ପାଇଁ ନୂଆ ରଣନୀତି

ଏକାଠି ହେଲେ ହିନ୍ଦୁ-ମୁସଲମାନ

ରାଜଧାନୀ ଦିଲ୍ଲୀ ଜାହାଙ୍ଗୀରପୁରୀ ହିଂସା ରୋକିବାକୁ ରାଜରାସ୍ତାକୁ ଓହ୍ଲାଇଛନ୍ତି ସାଧାରଣ ଜନତା । ଜାତି ବର୍ଣ୍ଣ  ଭୂଲି ଏକାଠି ହୋଇଛନ୍ତି ହିନ୍ଦୁ-ମୁସଲମାନ । ହାତରେ ରହିଛି ତ୍ରୀରଙ୍ଗା ପତାକା ଆଉ ଆମ୍ବେଦକରଙ୍କ ଫଟୋ ଚିତ୍ର । ରାଜନୈତିଜ୍ଞ ମାନେ ହିଂସା ରୋକିବାକୁ ଫେଲ ମାରିବା ପରେ ସାଧାରଣ ଜନତା ଏକାଠି ହୋଇ ପ୍ରୟାସ ଆରମ୍ଭ କରିଛନ୍ତି । ସମସ୍ତେ ଏକ ମନରେ  ଶୋଭାଯାତ୍ରାରେ ଚାଲିଛନ୍ତି ।

ପୋଲିସ ପ୍ରଶାସନ ଉପସ୍ଥିତିରେ ଶାନ୍ତିରେ ଶୋଭାଯାତ୍ରା ହୋଇଛି । ପରସ୍ପର ମଧ୍ୟରେ ଶାନ୍ତି ରଖି ଲୋକଙ୍କୁ ଶାନ୍ତିରେ ରହିବାକୁ ଦିଆଯାଉ ବୋଲି ଲୋକେ ଦାବି କରିଛନ୍ତି ।

ଦୁଇ ସମ୍ପ୍ରଦାୟର ଲୋକ ଏହି ଯାତ୍ରାରେ ଯୋଗଦେଇ ଶାନ୍ତି ରକ୍ଷା କରିବାକୁ ପୁରା ସମାଜକୁ ନିବେଦନ କରିଛନ୍ତି । ଦୁଇ ସମ୍ପ୍ରଦାୟର ସଦସ୍ୟମାନଙ୍କୁ ନେଇ ଏକ ମିଳିତ ଶାନ୍ତି କିମିଟି ଗଠନ କରାଯାଇଛି । ଆଉ ଆଜିର ଏହି ଶୋଭାଯାତ୍ରା ପାଇଁ କମିଟି ପକ୍ଷରୁ ପୂର୍ବରୁ ଜାହାଙ୍ଗୀରପୁରୀରେ ତ୍ରିରଙ୍ଗା ଯାତ୍ରା ପାଇଁ ପ୍ପ୍ରଶାସନକୁ ପ୍ରସ୍ତାବ ଦିଆଯାଇଥିଲା ।

Show More

Related Articles

Back to top button