Breaking PLUSଦେଶମୁଖ୍ୟ ଖବର

ପୁଣି ବିଷାକ୍ତ ହେଲା ଦିଲ୍ଲୀର ବାୟୁ, ଶ୍ୱାସକ୍ରିୟାରେ ସମସ୍ୟା

ନୂଆଦିଲ୍ଲୀ- ପୁଣି ଥରେ ବିଷ ବଳୟରେ ରାଜଧାନୀ ଦିଲ୍ଲୀ । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁସାରେ ଆଜି ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ ବହୁତ ଖରାପ ଶ୍ରେଣୀରେ ପହଞ୍ଚିଛି । ଆନନ୍ଦ ବିହାରରେ 388, ଅଶୋକ ବିହାରରେ 386, ଲୋଧି ରୋଡରେ 349, ଜବାହାରଲାଲ ନେହେରୁ ଷ୍ଟାଡିୟମରେ 366 ରେକର୍ଡ ହୋଇଛି । ଦିଲ୍ଲୀର ଏକାଧିକ ସ୍ଥାନରେ ଏକ୍ୟୁଆଇ 450 ରେକର୍ଡ ହୋଇଛି ।
ଲଗାତର ବିଷାକ୍ତ ବାୟୁ ଶ୍ୱାସକ୍ରିୟାରେ ଗ୍ରହଣ କରୁଥିବା ଦିଲ୍ଲୀବାସୀଙ୍କ ପାଇଁ ଡିସେମ୍ବର ଆରମ୍ଭରେ ବାୟୁ ପ୍ରଦୂଷିତ ରହିଛି । 2016 ପରେ ଚଳିତ ବର୍ଷ ଡିସେମ୍ବରରେ ସବୁଠୁ ଅଧିକ ଏକ୍ୟୁଆଇ ରେକର୍ଡ କରାଯାଇଛି ।

Show More

Related Articles

Back to top button