Breaking PLUSଦେଶମୁଖ୍ୟ ଖବର

ଦିଲ୍ଲୀ-ଏନସିଆରରେ ଲାଗିରହିଛି ଶ୍ୱାସଜନିତ ସଙ୍କଟ

ନୂଆଦିଲ୍ଲୀ- ଦିଲ୍ଲୀରେ ବଢିବାରେ ଲାଗିଛି ବାୟୁପ୍ରଦୂଷଣ । ଦୀପାବଳୀ ପୂର୍ବରୁ ବିଷାକ୍ତ ହୋଇଛି ବାୟୁ । ଫଳରେ ଆଖି ପୋଡିବା ସହ ଶ୍ୱାସକ୍ରିୟାରେ ସମସ୍ୟା ଦେଖାଦେଇଛି । ମାମଲା କୋର୍ଟରେ ପହଞ୍ଚିବା ପରେ ସରକାର କିଛି ପଦକ୍ଷେପ ନେବେ ବୋଲି ଆଶା କରାଯାଉଥିଲା, ମାତ୍ର ସ୍ଥିତିରେ କୌଣସି ସୁଧାର ଆସିନାହିଁ ।
କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଆଜି ପ୍ରଦୂଷଣ ମାତ୍ରା ଜାରି କରାଯାଇଛି । ଭୋର 4ଟାରେ ଦିଲ୍ଲୀ-ଏନସିଆରରେ ବାୟୁ ଗୁଣବତ୍ତା ସୂଚକାଙ୍କ ବହୁତ ଖରାପ ସ୍ଥିତିରେ ଥିଲା । ଦିଲ୍ଲୀରେ 5ଶହ ପାର୍ ହୋଇଛି ଏକ୍ୟୁଆଇ ସ୍ତର । ଶୁକ୍ରବାର ଦିଲ୍ଲୀ ଗମ୍ଭୀର ଶ୍ରେଣୀରେ ଥିବା ସହିତ ଏକ୍ୟୁଆଇ 459 ରେକର୍ଡ ହୋଇଥିଲା ।

Show More

Related Articles

Back to top button