ମନୋରଞ୍ଜନ
ଦୀପିକା ପାଦୁକୋନ କରୋନା ପଜିଟିଭ ଚିହ୍ନଟ
ଦେଶରେ କରୋନା ଭାଇରସର ଦ୍ୱିତୀୟ ଲହର ଜାରି ରହିଛି | ଏହା ଅତ୍ୟନ୍ତ ଘାତକ ପ୍ରମାଣିତ ହୋଇଛି | କରୋନା ଭାଇରସର ଦ୍ୱିତୀୟ ଲହର ଅନେକ ଲୋକଙ୍କୁ କବଳିତ କରୁଛି

ଅନେକ ସେଲିବ୍ରିଟି ମଧ୍ୟ କରୋନା ସଂକ୍ରମଣର ଶିକାର ହୋଇଛନ୍ତି | ଅଭିନେତ୍ରୀ ଦୀପିକା ପାଦୁକୋନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ବର୍ତ୍ତମାନ ସେ ନିଜ ପରିବାର ସହ ବେଙ୍ଗାଲୁରୁରେ ଅଛନ୍ତି | ଦୀପିକାଙ୍କ ପିତା ପ୍ରକାଶ ପାଦୁକୋନ, ମାତା ଉଜ୍ଜ୍ୱଳ ଓ ଭଉଣୀ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଥିଲା |
ଦୀପିକା ପାଦୁକୋନ ଓ ରଣବୀର ସିଂହ କିଛି ଦିନ ପୂର୍ବରୁ ମୁମ୍ବାଇ ବିମାନବନ୍ଦରରେ ନଜର ଆସିଥିଲେ | ଦୁହେଁ ବେଙ୍ଗାଲୁରୁ ଯାଉଥିଲେ | ନିଜ ପରିବାର ସହ କିଛି ସମୟ ବିତାଇବାକୁ ଦୀପିକା ଓ ରଣବୀର ବେଙ୍ଗାଲୁରୁ ଯାଇଥିଲେ ବୋଲି ଜଣାପଡିଥିଲା |