Breaking PLUSଓଡ଼ିଶାମୁଖ୍ୟ ଖବର

ବିଶିଷ୍ଟ ସାହିତ୍ୟିକ ସାତକଡ଼ି ହୋତାଙ୍କ ପରଲୋକ

ଭୁବନେଶ୍ୱର, 11 ଫେବୃଆରୀ – ବିଶିଷ୍ଟ ସାହିତ୍ୟିକ ସାତକଡ଼ି ହୋତାଙ୍କ ପରଲୋକ ଘଟିଛି । ୯୫ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ ସାରା ରାଜ୍ୟରେ ଶୋକର ଛାୟା ଖେଳି ଯାଇଛି ଓ ମାନ୍ୟଗଣ୍ୟ ଲୋକ ମାନେ ଶୋକ ପ୍ରକାଶ କରିଛନ୍ତି ।

1929 ମସିହାରେ ମୟୁରଭଂଜ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିବା ସାତକୋଡି ହୋତା ଭାରତୀୟ ରେଳସେବାରୁ ସେ ଅବସର ନେଇଥିଲେ । ଏହା ପରେ ଦୈନିକ ଖବରକାଗଜ ‘ସମୟ’ର ସଂପାଦକ ଥିଲେ। ସେ ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ମାନପ୍ରାପ୍ତ ଜଣେ ସାହିତ୍ୟିକ ଥିଲେ।

ସାତକଡ଼ି ହୋତାଙ୍କ ବହୁ ଗଳ୍ପ, ଉପନ୍ୟାସ, କବିତା ପ୍ରକାଶିତ ହୋଇଛି। ସାତକଡ଼ିଙ୍କର ୨୭ଟି ଗଳ୍ପ, ୨୧ଟି ଉପନ୍ୟାସ ଓ ଗୋଟିଏ କବିତା ବହି ପ୍ରକାଶ ପାଇଥିଲା।

Show More

Related Articles

Back to top button