ଓଡ଼ିଶାସ୍ୱାସ୍ଥ୍ୟ

ରାଜ୍ୟରେ ଉପରତଳ ଦୈନିକ ସଂକ୍ରମଣ,୨୪ ଘଣ୍ଟା ମଧ୍ୟରେ ୪୯ ଜଣ କରୋନା ପଜିଟିଭ ଚିହ୍ନଟ

ରାଜ୍ୟରେ ଉପରତଳ ରହୁଛି ଦୈନିକ ସଂକ୍ରମଣ । ଆଜି ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୫୦ ତଳେ ରହିଛି। ଗତକାଲି ୭୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୯ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨୦ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ଏନେଇ ଟ୍ୱିଟ୍ ଯୋଗେଁ ସୂଚନା ଦେଇଛନ୍ତି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ।

ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୧୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ବାଲେଶ୍ବର ଜିଲ୍ଲାରୁ ୧, ବରଗଡ଼ରୁ ୧, ବଲାଙ୍ଗୀରରୁ ୧, କଟକରୁ ୩ ଜଣ, ଦେବଗଡ଼ରୁ ୧, ଯାଜପୁରରୁ ୨, କଳାହାଣ୍ଡିରୁ ୨, ଖୋର୍ଦ୍ଧା ଜିଲ୍ଲାରୁ ୬, ନବରଙ୍ଗପୁରରୁ ୧, ନୟାଗଡ଼ରୁ ୨, ନୂଆପଡ଼ାରୁ ୨, ପୁରୀରୁ ୭, ସମ୍ବଲପୁରରୁ ୪ ଜଣ, ସୋନପୁରରୁ ୧, ସୁନ୍ଦରଗଡ଼ରୁ ୧୦ ଜଣ ଓ ଷ୍ଟେଟପୁଲରୁ ୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଏପର୍ଯ୍ୟନ୍ତ ରାଜ୍ୟରେ ୧୩, ୩୫, ୫୦୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୧୩, ୨୫, ୬୭୮ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୫୭୦ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

Show More

Related Articles

Back to top button