ଆଇନ କାନୁନଜୀବନଚର୍ଯ୍ୟାଦେଶ ବିଦେଶମୁଖ୍ୟ ଖବର

ନିଜ ଜୀବନୀକୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି ଏହି ଆଇପିଏସ୍‌ ଅଧିକାରୀ

ପାଟ୍‌ନା: ବିହାରର କୋଶି ଅଞ୍ଚଳର ନୂଆ ଡିଆଇଜି ଶିବଦୀପ ବାମନରାଓ ଲାଣ୍ଡେ ନିଜ ଜୀବନୀକୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି। ସେ ତାଙ୍କ ନିଜ ଜୀବନ ଉପରେ ଏକ ପୁସ୍ତକ ଲେଖିଛନ୍ତି। ପୁସ୍ତକରେ ସେ ନିଜର ଅନେକ ବ୍ୟକ୍ତିଗତ ଘଟଣା ଓ ଭାବନାକୁ ପ୍ରକାଶ କରିଛନ୍ତି। ସେହି ପୁସ୍ତକରେ ସେ ଲେଖିଛନ୍ତି ଯେ ପିଲାଦିନେ ସେ ନିଜ ବାପାଙ୍କୁ ମାରିବାକୁ ଚାହୁଁଥିଲେ। କେବଳ ସେତିକି ନୁହେଁ, ବାପାଙ୍କ ହତ୍ୟା କରି ସେ କେଉଁ ଆଡ଼େ ପଳାଇବାକୁ ଚାହୁଁଥି‌ଲେ। ପୁସ୍ତକରେ ସେ ତାଙ୍କ ମାଆଙ୍କ ଜୀବନର ସଂଘର୍ଷମୟ କାହାଣୀକୁ ଲେଖିଛନ୍ତି। ଆଇପିଏଏସ୍‌ ଅଧିକାରୀ ଶିବଦୀପ ବାମପରାଓ ଲାଣ୍ଡେ ରବିବାର ‘ୱମେନ୍‌ ବିହାଇଣ୍ଡ୍‌ ଦ ଲାୟନ୍‌’ ପୁସ୍ତକର ଉନ୍ମୋଚନ କରିଛନ୍ତି। ସେ ପୁସ୍ତକଟିକୁ ଉନ୍ମୋଚନ କରିବା ସହ ‌କହିଛନ୍ତି ଯେ ଏହି ପୁସ୍ତକରେ ଏକ ପୁଅର କାହାଣୀ ଅଛି, ଯାହାକୁ ପିଲାବେଳେ ଲାଗୁଥିଲା ‌ଯେ ତାକୁ ତା’ର ନିଜ ବାପାର ହତ୍ୟା କରିଦେବା ଉଚିତ। ବାପାର ହତ୍ୟା କରି କେଉଁଆଡ଼େ ପଳାଇବାକୁ ଚାହୁଁଥିବା ସେହି ପିଲାଟି ଆଜି ଜଣେ ଆଇପିଏସ୍‌ ଅଧିକାରୀ। ସେ ପରୋକ୍ଷରେ ନିଜ ଜୀବନର ଅତ୍ୟନ୍ତ ଗୋପନ କଥାକୁ ସର୍ବସମକ୍ଷରେ ପ୍ରକାଶ କରିଛନ୍ତି। ନିଜ ଭିତରେ ପିଳାବେଳେ ଆସିଥିବ‌ା ଅପରାଧବୋଧକୁ ସେ ସ୍ବୀକାର କରିଛନ୍ତି। ଶିବଦୀପ ବାମପରାଓ ଲାଣ୍ଡେ ଏବେ ବିହାରର କୋଶି ଅଞ୍ଚଳର ଡିଆଇଜି ଭାବେ ନିଯୁକ୍ତି ପାଇଛନ୍ତି। ତାଙ୍କ ପୁସ୍ତକରେ ସେ ଜଣେ ମାଆର ସମର୍ପଣ ଓ ସଂଘର୍ଷର କାହାଣୀ ଶୁଣାଉଛନ୍ତି। ସେ କହିଛନ୍ତି ଯେ କିପରି ଏକ ଛୋଟ ପରିବାରର ପିଲା ହୋଇ ମଧ୍ୟ ଆଜି ଜଣେ ଆଇପିଏସ୍‌ ଅଧିକାରୀ ହୋଇ ପାରିଛି।

Show More

Related Articles

Back to top button