Breaking PLUSଦେଶ ବିଦେଶମୁଖ୍ୟ ଖବର

ପୂର୍ବ ଅଷ୍ଟ୍ରେଲିଆରେ ଝଡ ତୋଫାନ, 9ମୃତ

ହଜାର ହଜାର ଘରେ ବିଜୁଳି ଯୋଗାଣ ଠପ୍

ସିଡନୀ, 27 ଡିସେମ୍ବର – ଅଷ୍ଟ୍ରେଲିଆରେ କ୍ରିସମାସ ଛୁଟି ସମୟରେ ଦେଶର ପୂର୍ବ ଭାଗରେ ଭୟାବହ ଝଡ ତୋଫାନ ଯୋଗୁ 9ଜଣଙ୍କ ମୃତ୍ୟୁ ହୋଇଛି । ହଜାର ହଜାର ଘରକୁ ବିଜୁଳି ଯୋଗାଣ ଠପ୍ ହୋଇଯାଇଛି ।
ଦ ଡେଲି ଟେଲିଗ୍ରାଫ୍ ରିପୋର୍ଟ ମୁତାବକ ଡିସେମ୍ବର 25 ଓ 26ରେ ଭିକ୍ଟୋରିଆ, ନ୍ୟୁ ସାଉଥ ୱେଲ୍ସ ଓ କ୍ୱିସଲ୍ୟାଣ୍ଡ ରାଜ୍ୟରେ ତାଣ୍ଡର ରଚିଛି ପ୍ରକୃତି । ଏହି ସବୁ ଅଞ୍ଚଳରେ ପ୍ରବଳ ଝଡ ବର୍ଷା ହୋଇଛି । କିଛି ସ୍ଥାନରେ ପ୍ରବଳ ବେଗରେ ପବନ ବହିଛି । ଫଳରେ ଅନେକ ଘରର ଛାତ ଉଡିଯାଇଥିବା ବେଳେ ହଜାର ହଜାର ଗଛ ଉପୁଡିଯାଇଛି । ବିଭିନ୍ନ ସ୍ଥାନରେ ଅଘଟଣ ଘଟିଛି 9ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଝଡ ବର୍ଷା ପରେ 90ହଜାରରୁ ଅଧିକ ଘର ଏବେ ଅନ୍ଧାରରେ ।

Show More

Related Articles

Back to top button