Breaking PLUSଦେଶମୁଖ୍ୟ ଖବର

୨୪ ଘଂଟା ମଧ୍ୟରେ ଅବପାତ, ୩ ତାରିଖ ବେଳକୁ ବାତ୍ୟା ସମ୍ଭାବନା

ଭୁବନେଶ୍ଵର, ୩୦ ନଭେମ୍ବର – ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଂଚଳରେ ସକ୍ରିୟ ସୁଦୃଶ-ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତରପଶ୍ଚିମ ଦିଗରେ ଗତି କରିବା ସହ ଆଗାମୀ ୨୪ ଘଂଟା ମଧ୍ୟରେ ଏକ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ପରବର୍ତୀ ସମୟରେ ଗତିର ଦିଗ ବଜାୟ ରଖିବା ସହ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଅଂଚଳରେ ପହଂଚି ଆହୁରି ଘନୀଭୂତ ହୋଇ ୩ ତାରିଖ ବେଳକୁ ଏକ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ପରବର୍ତୀ ସମୟରେ ଏହା ଉତରପଶ୍ଚିମ ଦିଗରେ ଗତିକରି ୪ ତାରିଖ ପାହାନ୍ତିଆ ବେଳକୁ ଉତର ତାମିଲନାଡୁ -ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ପାଖାପାଖି ପହଁଚିବାର ସମ୍ଭାବନା ରହିଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।

Show More

Related Articles

Back to top button