Breaking PLUSଓଡ଼ିଶାମୁଖ୍ୟ ଖବର

ହାଜତ ମୃତ୍ୟୁ ଘଟଣାରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଆଜି 12 ଘଣ୍ଟିଆ ବୀରମିତ୍ରପୁର ବନ୍ଦ ଡାକରା

ଆଜି ସୁନ୍ଦରଗଡ ଜିଲ୍ଲା ବୀରମିତ୍ରପୁର 12 ଘଣ୍ଟିଆ ବନ୍ଦ । ହାଜତ ମୃତ୍ୟୁ ଘଟଣାରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ବନ୍ଦ ଡାକରା ଦିଆଯାଇଛି। ରାଉରକେଲା ଜିଲ୍ଲା କଂଗ୍ରସ ସଭାପତି ଜର୍ଜ ତିର୍କୀଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଏହି ବନ୍ଦ ଡାକରା ଦେଇଛି ।

ସୁନ୍ଦରଗଡ ଜିଲ୍ଲା ବୀରମିତ୍ରପୁରରେ ନଭେମ୍ବର 19 ତାରିଖରେ ପୋଲିସ ପିଟିପିଟି ମହମ୍ମଦ ତାରିକ ନାମକ ଜଣେ ଯୁବକଙ୍କୁ ମାରି ଦିଆଯାଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାର ମାଜିଷ୍ଟ୍ରେଟ ସ୍ତରୀୟ ତଦନ୍ତ ଲାଗି ସରକାର ନିର୍ଦ୍ଦେଶ ଦେଇଥିବାବେଳେ ଘଟଣାରେ ଜଡ଼ିତ ଦୋଷୀଙ୍କୁ ଗିରଫ ଦାବିରେ କଂଗ୍ରେସ ପକ୍ଷରୁ ଆଜି ବୀରମିତ୍ରପୁର ବନ୍ଦ ଡାକରା ଦିଆଯାଇଛି । ସେପଟେ କଂଗ୍ରେସ ଥାନା ଘେରାଉ କରିବା ଘୋଷଣା କରାଯାଇଥିବାରୁ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଦୋକାନ ବଜାର, ଯାନ ବାହନ ଚଳାଚଳ ବନ୍ଦ ଥିବା ବେଳେ ସହରରେ ପୋଲିସ ପକ୍ଷରୁ କଡା ପେଟ୍ରୋଲିଂର ବ୍ୟବସ୍ଥା କରାଯାଇଛି ।

Show More

Related Articles

Back to top button