ଦେଶ ବିଦେଶବାଣିଜ୍ୟ

ଆନ୍ଧ୍ରପ୍ରଦେଶରେ ଆରମ୍ଭ ହେଲା ‘ଅମୂଲ’ର ଦୁଗ୍ଧ କାରବାର

ଗୁଜରାଟର ଦିଗ୍ଗଜ ଦୁଗ୍ଧ ସମବାୟ ସଂସ୍ଥା ‘ଅମୂଲ’ କାରବାରକୁ ଆନ୍ଧ୍ରପ୍ରଦେଶ ସମ୍ପ୍ରସାରଣ କରିଛନ୍ତି। ଗୁଜରାଟ ଭଳି ଆନ୍ଧ୍ରରେ ମଧ୍ୟ ଅମୂଲ ଦୁଗ୍ଧ ଚାଷୀଙ୍କ ଠାରୁ ଖୀର କିଣିବେ

ଏଥିଲାଗି ଆନ୍ଧ୍ରପ୍ରଦେଶ ଶଚିବାଳୟ ଅମରାବତୀରେ ବୁଧବାର ମୁଖ୍ୟମନ୍ତ୍ରୀ ୱାଇ.ଏସ୍. ଜଗନମୋହନ ଅମୂଲର ଆନ୍ଧ୍ରପ୍ରଦେଶ ସମ୍ପ୍ରସାରଣକୁ ଉଦଘାଟନ କରିଛନ୍ତି।ସୂଚନା ଅନୁଯାୟୀ ଅମୂଲ ପ୍ରାରମ୍ଭିକ ପର୍ଯ୍ୟାୟରେ ଆନ୍ଧ୍ରପ୍ରଦେଶର ପ୍ରକାଶମ, ଚିତୁର ଓ କଡପା ଜିଲ୍ଲାର ୧୦୦ଟି ଗ୍ରାମର ମହିଳା ସମବାୟ ସମିତିରୁ ଦୁଗ୍ଧ କ୍ରୟ କରିବେ। ପରବର୍ତ୍ତି ପର୍ଯ୍ୟାୟରେ ଦୁଗ୍ଧ ସଂଗ୍ରହ ୩ ଟି ଦିଲ୍ଲାର ୫୫୦ଟି ଗ୍ରାମକୁ ସମ୍ପ୍ରସାରିତ ହେବ। ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନସିଂ ମାଧ୍ୟମରେ କଡପା ଜିଲ୍ଲାର ମହିଳା ଦୁଗ୍ଧ ଚାଷୀଙ୍କ ଠାରୁ ଉଦଘାଟନୀ କ୍ରୟ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆନ୍ଧ୍ରପ୍ରଦେଶରେ ୨୦୦ଟି ଦୁଗ୍ଧ ସମବାୟ ସମିତି ଗଠନ କରିବାକୁ ୨ ବର୍ଷ ସମୟ ଲାଗିଥିଲା ବୋଲି କହିଛନ୍ତି।

କିନ୍ତୁ ପୁଲିଭେଣ୍ଡୁଲାରେ ୨୩ ଦିନରେ ୪୩ଟି କୋ-ଅପରେଟିଭ ସୋସାଇଟି ଗଠିତ ହେବା ବାସ୍ତବିକ ଏକ ରେକର୍ଡ ବୋଲି କହିଛନ୍ତି।ଆନ୍ଧ୍ରପ୍ରଦେଶରେ ଅମୂଲର ଏହି ପ୍ରକଳ୍ପ ୱାଇ.ଏସ.ଚ୍ୟୁଥା କାର୍ଯ୍ୟକ୍ରମରେ ଦୁଗ୍ଧ ବ୍ୟବସାୟ କରୁଥିବା ମହିଳାମାନଙ୍କ ଆର୍ଥିକ ବିକାଶରେ ସହାୟକ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ଆନ୍ଧ୍ରପ୍ରଦେଶରେ ୱାଇ.ଏସ୍. ଚ୍ୟୁଥା ଯୋଜନାରେ ୫.୬ ଲକ୍ଷ ମହିଳା ମିନି ଡାୟେରିଜ ଜରିଆରେ ଦୁଗ୍ଧ ଉତ୍ପାଦନ କରୁଛନ୍ତି। ଏହି ସବୁ ଡୟେରୀରୁ ଉତ୍ପାଦିତ ହେଉଥିବା ଅତିରିକ୍ତ ୨୨ ଲକ୍ଷ ଲିଟର ଦୁଗ୍ଧ ଏବେ ଅମୂଲ କ୍ରୟ କରିବେ।

Show More

Related Articles

Back to top button