ସ୍ୱାସ୍ଥ୍ୟ

ଦହି ଓ ଗୁଡକୁ ମିଶାଇ ଖାଇବା ଦ୍ୱାରା ମିଳିଥାଏ ଏହି ୩ଟି ଫାଇଦା

ଆସନ୍ତୁ ଜାଣିବା କିପରି ଖାଇବା ଉଚିତ-

ଏମିତିରେ ଦେଖିବାକୁ ଗଲେ ଅନେକ ଜିନିଷ ଅଛି ଯାହା ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭଦାୟକ ଅଟେ ଓ ଆମେ ତାହାକୁ ନିୟମିତ ଭାବରେ ଖାଇଥାଉ l ଆପଣ କଣ ଜାଣିଛନ୍ତି କି ଏମିତି କିଛି ଖାଦ୍ୟପଦାର୍ଥ ଅଛି ଯାହାକୁ ଆମେ ମିଳିତ ଭାବରେ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଲାଭ ଦାୟକ ହୋଇଥାଏ l ସେହି ଜିନିଷ ମାନଙ୍କ ପକ୍ଷରୁ ଦୁଇଟି ଜିନିଷ ହେଲା ଦହି ଓ ଗୁଡ l ଦହି ଓ ଗୁଡ଼ କୁ ମିଳିତ ଭାବରେ ଖାଇବା ଦ୍ୱାରା ମିଳିଥାଏ ଅନେକ ଲାଭ l

ଆନିମିୟା ଦୁରକରେ -ଆନିମିଆ ମହିଳା ମାନଙ୍କର ଗୋଟିଏ ବଡ଼ ସ୍ୱାସ୍ଥ୍ୟ ସମସ୍ୟା ଅଟେ l ଏହା ସେତେବେଳେ ଦେଖାଯାଏ ଯେତେବେଳେ ଶରୀରରେ ରକ୍ତ ହୀନତାର ସମସ୍ୟା ଉପୁଜି ଥାଏ l ଦହି ଓ ଗୁଡ଼କୁ ମିଶାଇ ଖାଇବା ଦ୍ୱାରା ଶରୀରରେ ରକ୍ତ ହୀନତାକୁ ଦୁରେଇ ଦିଆଯାଇ ପାରିବ ଓ ଆନିମିଆ ରୋଗରୁ ରକ୍ଷାପାଇ ପାରିବା l

ସର୍ଦି କାଶର ଉପଚାର -ଶୀତଋତୁରେ ଅଧିକାଂଶ ଲୋକ ସର୍ଦି କାଶରେ ପୀଡିତ ହୋଇଥାନ୍ତି l ବଦଳୁଥିବା ଜଳବାୟୁ ଆମକୁ ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ଆଣିଦେଇଥାଏ l ଏପରି ଦୁଇଟି ଜିନିଷକୁ ଆମେ ମିଶାଇ ଖାଇବା ଦ୍ୱାରା ଥଣ୍ଡା କାଶ ରେ ଆମକୁ ଆରମ୍ଭ ମିଳିଥାଏ ,ତାହା ହେଉଛି ଦହି ଓ ଗୁଡ଼ l ଗୁଡରେ ପୋଟାସିୟମ ,କ୍ୟାଲସିୟମ ,ଆଇରନ ,ମ୍ୟାଗନେସିୟମ ,ମାଙ୍ଗାନିଜ ଓ କପର ରହିଛି l ଅନ୍ୟ ପଟରେ ଦହିରେ ଜୀବାଣୁ ବିରୋଧୀ ଇମ୍ୟୁନିଟି ବଢାଇବାର ଗୁଣ ରହିଛି ଏହି ଦୁଇଟି ଯାକ ମିଶିଗଲେ ଥଣ୍ଡା କାଶରୁ ରକ୍ଷା ମିଳିବ l

ଓଜନ ଘଟାଇବାରେ ସହାୟକ -ଦହି ଓ ଗୁଡକୁ ମିଳିତ ଭାବରେ ଖାଇବା ଦ୍ୱାରା ଓଜନ କମିବାରେ ସାହାଯ୍ୟ ମିଳିବ l ଗୁଡ ପେଟ ନିକଟରେ ଥିବା ଚର୍ବିକୁ କମ କରିଥାଏ ଓ ଶରୀରର ମେଟାବୋଲିଜ୍ମକୁ ବଢ଼ାଇଥାଏ ,ଯେଉଁ କାରଣରୁ ଓଜନ ସହଜରେ କମ ହୋଇଥାଏ l ଅନ୍ୟ ପକ୍ଷରେ ଦହି ଓଜନ କମାଇବାରେ ସାହାଯ୍ୟ କରିବା ସହିତ ଏଥିରେ କ୍ୟାଲସିୟମ ଥିବା କାରଣରୁ ହାଡ଼କୁ ସନ୍ତୁଳିତ ରଖିଥାଏ l

Show More

Related Articles

Back to top button