ଓଡ଼ିଶାମୁଖ୍ୟ ଖବର

ଏସିଏଫ ମାମଲାରେ କ୍ରାଇମବ୍ରାଞ୍ଚର ପଚରାଉଚରା

ନବମ ଦିନରେ ତଦନ୍ତ

ଗଜପତି ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ଆଜି ନବମ ଦିନରେ ପହଞ୍ଚିଛି । ଘଟଣାର ମୂଳକୁ ଯାଇ ମୁଖ୍ୟ କାର୍ପଟଦାରକୁ ଦଣ୍ଡ ଦେବା ଉଦ୍ଦ୍ୟେଶରେ ଚାଲିଛି ଘନଘନ ତଦନ୍ତ । ଡାକ୍ତରଙ୍କ ଠୁ ଆରମ୍ଭ କରି ଥାନା ଅଧିକାରୀ ଓ ଡିଏଫଓ ପର୍ଯ୍ୟନ୍ତ ସମସ୍ତଙ୍କୁ ଚାଲିଛି ପଚରାଉଚରା । ଗତକାଲି ଏହି ମାମଲାରେ ଗଜପତି ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ ପୁଲିସ ଗେଷ୍ଟ ହାଉସକୁ ଡାକି ପଚରାଉଚରା କରିଥିଲେ କ୍ରାଇମବ୍ରାଞ୍ଚର ଅଧିକାରୀ । ତଦନ୍ତର ଅଷ୍ଟମ ରେ ପାଳି ପଡିଥିଲା ଡିଏଫଓଙ୍କର । ପୁଲିସ ଗେଷ୍ଟ ହାଉସରେ ଡିଏଫଓ ସଂଗ୍ରାମ ବେହେରାକୁ ଦୀର୍ଘ ସାଢେ ତିନି ଘଣ୍ଟା ଧରି ପଚରା ଉଚରା କରିଥିଲା କ୍ରାଇମବ୍ରାଞ୍ଚ । ମାରାଥନ ପଚରା ଉଚରା ପରେ ଗଣମାଧ୍ୟମରେ ଡିଏଫଓ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିବା ବେଳେ ଆବଶ୍ୟକ ପଡିଲେ ତଦନ୍ତ ପରିସର ଭୁକ୍ତ ଥିବା ସମସ୍ତ ସନ୍ଦିଗ୍ଧଙ୍କ ଲାଇ ଡିଟେକସନ ଟେଷ୍ଟ କରାଯିବ ବୋଲି ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଡିଏସପି ।

Show More

Related Articles

Back to top button