Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ସୁସ୍ଥ ହେଲେ ଆଉ ୪୧୬ ଜଣ କରୋନା ଆକ୍ରାନ୍ତ

ରାଜ୍ୟରେ ସୁସ୍ଥ ହେଲେ ଆଉ ୪୧୬ ଜଣ କରୋନା ଆକ୍ରାନ୍ତ । ଏହା ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୧୪ ଜଣ ସୁସ୍ଥ ହୋଇଛନ୍ତି । ନୂତନ ସୁସ୍ଥତା ସଂଖ୍ୟାକୁ ମିଶାଇ ରାଜ୍ୟରେ ଏଯାଏ ୧୦ ଲକ୍ଷ ୩୦ ହଜାର ୪୪୨ କରୋନାରୁ ସୁସ୍ଥ ହେଲେଣି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ କଟକ ଜିଲ୍ଲାରୁ ଆଜି ୩୫ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି । ସମ୍ବଲପୁରରୁ ୧୬, ମୟୂରଭଂଜରୁ ୧୪, ବାଲେଶ୍ୱରରୁ ୧୩, ଯାଜପୁରରୁ ୧୧, ଜଗତସିଂହପୁରରୁ ୧୦, ପୁରୀରୁ ୮, କେନ୍ଦ୍ରାପଡ଼ାରୁ ୭, ଗଜପତି ଓ ନୂଆପଡ଼ାରୁ ୬ ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସେହିପରି ଅନୁଗୁଳ ଜିଲ୍ଲାରୁ ୫, କେନ୍ଦୁଝର, ନୟାଗଡ଼, ରାୟଗଡ଼ାରୁ ୪ ଜଣ ଲେଖାଏଁ, ଗଂଜାମ, ସୁନ୍ଦରଗଡ଼ରୁ ୩-୩, ଭଦ୍ରକ, ଦେବଗଡ଼ରୁ ୨ ଜଣ ଲେଖାଏଁ, ବଲାଙ୍ଗୀର, ଝାରସୁଗୁଡ଼ା, କୋରାପୁଟ, ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ ଓ ରାଜ୍ୟପୁଲରୁ ୪୫ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି ।

Show More

Related Articles

Back to top button