Breaking PLUSଦେଶଭକ୍ତିମନୋରଞ୍ଜନ

ଦୀପାଲୋକରେ ଆଲୋକିତ ହୋଇଛି ଅଯୋଧ୍ୟା ନଗରୀ

ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ନଗରୀ ଅଯୋଧ୍ୟାରେ ଅନୁଷ୍ଠିତ ହୋଇଛି ଭବ୍ୟ ଦିପୋତ୍ସବ । ରାମଲାଲାଙ୍କ ପାଇଁ ଭବ୍ୟ ମନ୍ଦିର ତିଆରି ଚାଲିଥିବା ବେଳେ ଦିପୋତ୍ସବ ପାଇଁ ଆଜି ନବବଧୂ ପରି ସଜେଇ ହେଇଛି ପୁରା ଅଯୋଧ୍ୟା । ଭଳିକି ଭଳି ରଙ୍ଗୀନ୍ ଆଲୋକ ମାଳା ଏବଂ ଦୀପର ଆଲୋକରେ ସଜେଇ ହେଇଛି ଅଯୋଧ୍ୟା । ଆଜି ଅଯୋଧ୍ୟାରେ ଏକା ସଙ୍ଗେ ୧୨ ଲକ୍ଷ ଦୀପ ପ୍ରଜ୍ଵଳିତ ହୋଇଛି ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ ଅଯୋଧ୍ୟାରେ ଉପସ୍ଥିତ ଅଛନ୍ତି । ଦୀପୋତ୍ସବ ପୂର୍ବରୁ ସହରର ସାକେତ ପିଜି କଲେଜରୁ ରାମ ରାଜ୍ୟାଭିଷେକ ଶୋଭାଯାତ୍ରା ଜୟ ଶ୍ରୀ ରାମ ଧ୍ଵନୀ ଏବଂ ଶଙ୍ଖ ନାଦ ସହିତ ସହର ପରିକ୍ରମା କରିଥିଲା । ଯେଉଁଥିରେ ଭାରତର ଲୋକ ସଂସ୍କୃତିର ବିଭିନ୍ନ ଝଲକ ଦେଖିବାକୁ ମିଳିଥିଲା ।

Show More

Related Articles

Back to top button