ଓଡ଼ିଶାମୁଖ୍ୟ ଖବର

ରାଜ୍ୟରୁ ଚିହ୍ନଟ ହେଲେ ଆଉ ୪୦୭ କରୋନା ଆକ୍ରାନ୍ତ

୬ ଜୀବନ ନେଲା କରୋନା

ରାଜ୍ୟରେ ହ୍ରାସ ପାଉଛି କରୋନା ସଂକ୍ରମଣ । ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୪୦୭ ନୂଆ କରୋନା ଆକ୍ରାନ୍ତ । ଏମାନଙ୍କ ଭିତରେ ୧୮ ବର୍ଷ ଭିତରେ ଅଛନ୍ତି ୭୪ ଜଣ ସଂକ୍ରମିତ । ୧୮ ଜିଲ୍ଲାରୁ ଏହି ନୂଆ ଆକ୍ରାନ୍ତ ବାହାରିଛନ୍ତି । ଏମାନଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୩୮ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୬୯ ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୬୭ ପଜିଟିଭ୍ ବାହାରିଛନ୍ତି । କଟକରୁ ୬୩, ମୟୂରଭଞ୍ଜରୁ ଚିହ୍ନଟ ହୋଇଛନ୍ତି ଆଉ ୨୬ ସଂକ୍ରମିତ । ବାକି ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଭିତରେ ରହିଛି । ୨୪ ଘଣ୍ଟାରେ ୬୪ହଜାର ୪୧୯ କୋଭିଡ୍ ଟେଷ୍ଟ ହୋଇଛି । ରାଜ୍ୟରେ ପଜିଟିଭ୍ ହାର ରହିଛି ୦.୬୨ ପ୍ରତିଶତ ।

ଆଉ ୬ ଜଣ କରୋନା ମୃତକଙ୍କୁ ମିଶାଇ କରୋନା ନେଲାଣି ୮ହଜାର ୨୨୦ ଆକ୍ରାନ୍ତଙ୍କ ଜୀବନ । ରାଜ୍ୟରେ କରୋନା ସଂକ୍ରମିତଙ୍କ ମୋଟ୍ ସଂଖ୍ୟା ୧୦ଲକ୍ଷ ୨୮ହଜାର ୩୬୬କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୧୦ଲକ୍ଷ ୧୫ହଜାର ୧୮ ସଂକ୍ରମିତ । ଏବେ ରାଜ୍ୟରେ ୫ହଜାର ୭୫ ଆକ୍ଟିଭ୍ କେସ୍ ରହିଛି ।

Show More

Related Articles

Back to top button