ଦେଶବଲିଉଡମୁଖ୍ୟ ଖବର

୪ ବର୍ଷ ଧରି ଡ୍ରଗ୍ସ କାରବାର ସହ ଜଡ଼ିତ ଥିଲେ

ଗତକାଲି ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଦ୍ୱାରା ଗିରଫ ହୋଇଥିଲେ ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନ । ଏହାପରେ ଆର୍ୟନଙ୍କୁ ପଚରାଉଚରା କରିଥିଲା ଏନସିବି । ଆର୍ୟନ ଖାନଙ୍କୁ ପଚରାଉଚରା ବେଳେ ସେ କାନ୍ଦି ପକାଇଥିଲେ । ଏହାସହିତ ଗତ ୪ ବର୍ଷ ଧରି ସେ ଡ୍ରଗ୍ସ କାରବାର ସହିତ ଜଡ଼ିତ ଥିବା ମଧ୍ୟ କହିଛି ଏନ୍‌ସିବି ।

ଏନସିବି ସରକାରୀ ସୂତ୍ରରୁ ଜଣାପଡିଛି ଯେ ପଚରାଉଚରା ବେଳେ ଆର୍ୟନ ଖାନ କ୍ରମାଗତ ଭାବରେ କାନ୍ଦୁଥିଲେ । ପଚରାଉଚରା ବେଳେ ଆହୁରି ମଧ୍ୟ ଜଣାପଡିଥିଲା ​​ଯେ ଆର୍ୟନ ପ୍ରାୟ ୪ ବର୍ଷ ଧରି ଡ୍ରଗ୍ସ କାରବାର ସହିତ ଜଡ଼ିତ ଥିଲେ ।

ଏନସିବି ସୂତ୍ରରୁ ପ୍ରକାଶ ଯେ ଆର୍ୟନ ବ୍ରିଟେନ, ଦୁବାଇ ଏବଂ ଅନ୍ୟାନ୍ୟ ଦେଶରେ ଥିଲେ ମଧ୍ୟ ସେ ଡ୍ରଗ୍ସ ବ୍ୟବହାର କରୁଥିଲେ। ଆର୍ଯ୍ୟନ୍ ବ୍ୟତୀତ ତାଙ୍କ ୭ ଜଣ ଘନିଷ୍ଠ ବନ୍ଧୁଙ୍କ ମଧ୍ୟ ଡ୍ରଗ୍ସ ମାମଲାରେ ଏନ୍‌ସିବି ଗିରଫ କରିଛି।

Show More

Related Articles

Back to top button