ଓଡ଼ିଶାପାଣିପାଗ

୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ରାଜ୍ୟରେ ବର୍ଷା ସମ୍ଭାବନା । ଏନେଇ ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ରାଜସ୍ଥାନ ଦେଇ ମୌସୁମୀ ବାୟୁ ଭୂଭାଗରୁ ବିଦାୟ ନେବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି । ଆସନ୍ତା ୬ରୁ ମୌସୁମୀ ଅପସାରଣ ନେଇ ପାଣିପାଗ ଅନୁକୂଳ ହେବାର ଲାଗିଛି । ଉତ୍ତର ପଟୁ ପବନ ବୋହିବା ଆରମ୍ଭ ହୋଇଥିବା ବେଳେ ବାୟୁମଣ୍ଡଳରେ ଜଳୀୟବାଷ୍ପ ଓ ଜଳକଣା କମିବାରେ ଲାଗିଛି । ଫଳରେ ଆଗାମୀ ଦିନରେ ବର୍ଷା ପରିମାଣ ହ୍ରାସ ପାଇବ ।

ଆସନ୍ତା ୫ତାରିଖରେ ବାୟୁମଣ୍ଡଳର ଉପରସ୍ତରରେ ଏକ ଗୁରୁଚାପ ବଳୟ ସକ୍ରିୟ ହେବାର ଅଛି । ଗୁରୁଚାପ ବଳୟ ସକ୍ରିୟ ହେବା ପରେ ମୌସୁମୀ ଅପସାରଣ ପାଇଁ ବାଟ ଫିଟିବ ବୋଲି ଜଣାପଡିଛି ।

Show More

Related Articles

Back to top button