Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ପୁଣି ଉପରମୁହାଁ ହେଉଛି କରୋନା ଗ୍ରାଫ, ଦିନକରେ ୨୮୮ ପଜିଟିଭ ଚିହ୍ନଟ

ରାଜ୍ୟରେ ପୁଣି ବଢୁଛି କରୋନାର ଦୈନିକ ସଂକ୍ରମଣ । ଗତକାଲି ୨୧୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଏହି ସଂଖ୍ୟା ୨୮୮ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ୨୮୮ ନୂଆ ଆକ୍ରାନ୍ତଙ୍କ ଭିତରେ ୧୮ ବର୍ଷ ମଧ୍ୟରେ ରହିଛନ୍ତି ୫୩ ସଂକ୍ରମିତ ।

ଆଜି ୨୨ ଜିଲ୍ଲାରୁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୧୩୦, କଟକରୁ ୨୧, ସମ୍ୱଲପୁରରୁ ୧୭, ପୁରୀରୁ ୧୫, ମୟୂରଭଞ୍ଜରୁ ୧୨, ସୁନ୍ଦରଗଡ଼ରୁ ୧୧ ଓ ଯାଜପୁରରୁ ବାହାରିଛନ୍ତି ୧୦ ଜଣ ସଂକ୍ରମିତ । ଗତ କିଛି ଦିନ ହେବ ରାଜ୍ୟରେ ପୁଣି ଥରେ କରୋନା କାୟା ମେଲାଇଛି ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ ସଂଖ୍ୟା ୧୦ ଲକ୍ଷ ୪୭ହଜାର ୬୭୪କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୧୦ଲକ୍ଷ ୩୭ହଜାର ଆକ୍ରାନ୍ତ । ଏବେ ରାଜ୍ୟରେ ୨ହଜାର ୨୨୧ କୋଭିଡ୍ ଆକ୍ଟିଭ୍ କେସ୍ ରହିଛି ।

Show More

Related Articles

Back to top button