Breaking PLUSଦେଶମୁଖ୍ୟ ଖବର

୨୪ ଘଣ୍ଟାରେ ଦେଶରେ ୧୩ ହଜାର ତଳକୁ ରହିଛି କରୋନା ସଂକ୍ରମଣ

କରୋନା ଜନିତ ମୃତ୍ୟୁ ସଂଖ୍ୟା ରହିଛି ୨୫୧

ଦେଶରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ହ୍ରାସ ଘଟୁଛି । ଗତ ୨୪ ଘଣ୍ଟାରେ ଦେଶରେ ୧୩ ହଜାର ତଳକୁ ରହିଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଦେଶରେ ୧୨ହଜାର ୫୧୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩କୋଟି ୪୨ଲକ୍ଷ ୮୫ହଜାର ୮୧୪କୁ ବୃଦ୍ଧି ପାଇଛି ।

ଆଜି ଦେଶରେ ୨୫୧ ଜଣ କରୋନାରେ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪ଲକ୍ଷ ୫୮ହଜାର ୪୩୭କୁ ବୃଦ୍ଧି ପାଇଛି । ଏହା ସହିତ ଦେଣରେ କରୋନା ଜନିତ ସକ୍ରିୟ ମାମଲା ୧ଲକ୍ଷ ୫୮ହଜାର ୮୧୭ ରହିଥିବାବେଳେ କରୋନାରୁ ସୁସ୍ଥ ହୋଇଛନ୍ତି ୩କୋଟି ୩୬ଲକ୍ଷ ୭୮ହଜାର ୫୬୦ ।

Show More

Related Articles

Back to top button