Breaking PLUSଦେଶ ବିଦେଶମୁଖ୍ୟ ଖବର

ଦେଶରେ ଆଜି ପୁଣି ବଢିଲା କରୋନା ରୋଗୀଙ୍କ ସଂଖ୍ୟା, ଗତ ୨୪ଘଣ୍ଟାରେ ଦେଶରେ ୧୫,୨୨୩ ସଂକ୍ରମିତ ଚିହ୍ନଟ

ଦେଶରେ କରୋନା ସଂକ୍ରମଣ ସଂଖ୍ୟାରେ ବୃଦ୍ଧି-ହ୍ରାସ ପାଇବାରେ ଲାଗିଛି । ବୁଧବାର ତୁଳନାରେ ଗୁରୁବାର ଦିନ କରୋନା ସଂକ୍ରମଣରେ ବୃଦ୍ଧି ପାଇଛି । ଗତ ୨୪ଘଣ୍ଟାରେ ଦେଶରେ ୧୫,୨୨୩ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୫୧ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ କରୋନାର ଆକ୍ଟିଭ୍‌ କେସ୍‌ ୨ଲକ୍ଷ ତଳେ ରହିଛି ।

କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଦେଶରେ ଗତ ୨୪ଘଣ୍ଟାରେ ୧୫,୨୨୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୧,୦୬,୧୦,୮୮୩ରେ ପହଞ୍ଚିଛି ମୋଟ ସଂକ୍ରମିତଙ୍କ ସଂଖ୍ୟା । ସେହିପରି ଗତ ୨୪ଘଣ୍ଟାରେ ୧୫୧ଜଣ ମୃତକଙ୍କ ମିଶାଇ ଦେଶରେ ୧,୫୨,୮୬୯ରେ ପହଞ୍ଚିଛି ମୋଟ ମୃତକଙ୍କ ସଂଖ୍ୟା ।

ସେହିପରି ଦେଶରେ ଗତ ୨୪ଘଣ୍ଟାରେ ୧୯,୯୬୫ ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଯାହାଦ୍ୱାରା ଦେଶରେ ୧,୦୨,୬୫,୭୦୬ରେ ପହଞ୍ଚି ମୋଟ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା । ଲଗାତର ଭାବେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଯାହାଦ୍ୱାରା କି ଦେଶରେ ଚାଲିଥିବା କରୋନା ବିରୋଧୀ ଲଢେଇରେ ଆମେ ଜିତିବାରେ ସକ୍ଷମ ବୋଲି ମନେ ହେଉଛି । ଅନ୍ୟପଟେ ଦେଶରେ କ୍ରମାଗତ ଭାବେ କରୋନାର ଆକ୍ଟିଭ୍‌ କେସ୍‌ ସଂଖ୍ୟା କମିବାରେ ଲାଗିଛି । ଦେଶରେ ଏବେ କରୋନାର ମୋଟ ଆକ୍ଟିଭ୍‌ କେସ୍‌ ସଂଖ୍ୟା ୧,୯୨,୩୦୮ରେ ରହିଛି ।

Show More

Related Articles

Back to top button