Breaking PLUSଓଡ଼ିଶାମୁଖ୍ୟ ଖବର
ରେଶମ ସହରରେ ଜବତ ହେଲା ନକଲି ମସଲା
ରୋଷେଇ ଘରେ ବିଷ। ଟ୍ଵିନ୍ସିଟି ପରେ ସିଲ୍କ ସିଟିରେ ଭେଜାଲ ଜିନିଷ। ପ୍ୟାକେଟ୍ ପ୍ୟାକେଟ୍ ନକଲି ଲଙ୍କାଗୁଣ୍ଡ ଓ ହଳଦୀ ଗୁଣ୍ଡ ଜବତ। ବଡ଼ବଜାର ଥାନା ପାଣ୍ଡବନଗରରେ ଚାଲିଥିବା କାରଖାନାରେ ଚଢାଉ କରି ବିପୁଳ ପରିମାଣର ନକଲି ସାମଗ୍ରୀ ଓ ମେସିନ୍ ଜବତ କରାଯାଇଛି।

ଘଟଣାରେ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା ଜାରି ରଖିଛି। ଏସ୍ପିଙ୍କ ନିର୍ଦ୍ଦେଶରେ ଗୋଷାଣୀ ନୂଆଗାଁ ପୋଲିସ ଚଢ଼ାଉ କରିଥିଲା।