Breaking PLUSଓଡ଼ିଶାମୁଖ୍ୟ ଖବର
ସଡକ ଦୂର୍ଘଟଣାରେ ଲିଭିଗଲା ପରିବାରର ତିନିଜଣଙ୍କ ଜୀବନ
ବୌଦ୍ଧ ଜିଲ୍ଲା ମନମୁଣ୍ଡା-କଣ୍ଟାମାଳ ରାସ୍ତାର ଗୋପାଳମାଳ ଛକ ନିକଟରେ ଏକ ସଡକ ଦୂର୍ଘଟଣାରେ ଗୋଟିଏ ପରିବାରର ମା, ପୁଅ ଏବଂ ଝିଅ ମୃତ୍ୟୁ ବରଣ କରିବା ସହ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି ।
ବୌଦ୍ଧ ଜିଲ୍ଲା ମନମୁଣ୍ଡା-କଣ୍ଟାମାଳ ରାସ୍ତାର ଗୋପାଳମାଳ ଛକ ନିକଟରେ ଏକ ସଡକ ଦୂର୍ଘଟଣାରେ ଗୋଟିଏ ପରିବାରର ମା, ପୁଅ ଏବଂ ଝିଅ ମୃତ୍ୟୁ ବରଣ କରିବା ସହ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ, ଗୋଟିଏ ଯାତ୍ରୀବାହୀ ଅଟୋକୁ ବିପରୀତ ଦିଗରେ ଆସୁଥିବା ଏକ ପିଚୁ ବୋଝେଇ ଡମ୍ଫର ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ଘଟିବା ସହ ଜଣେ ଗୁରୁତର ହୋଇଛନ୍ତି । ଅଟୋକୁ ଧକ୍କା ଦେବା ପରେ ଡମ୍ଫରଟି ରାସ୍ତା କଡକୁ ଖସି ପଡିଛି ଏବଂ ଡମ୍ଫର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।