Breaking PLUSଦେଶ ବିଦେଶମୁଖ୍ୟ ଖବର

ଗତ ୨୪ ଘଣ୍ଟାରେ ସାରା ଦେଶରୁ ୧୮,୨୨୨ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ

କରୋନା ଭାଇରସର ସଂକ୍ରମଣରେ ସାମାନ୍ୟ ହ୍ରାସ ପାଇଛି । ଗତ ୨୪ଘଣ୍ଟାରେ ଦେଶରେ ୧୮,୨୨୨ କରୋନା ସଂକ୍ରମିତ ଚିହ୍ନଟ । ଯାହାପରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧.୦୪ କୋଟି ପାର୍‌ ହୋଇଯାଇଛି । ଗତକାଲି ତୁଳନାରେ ଆଜି ମୃତକଙ୍କ ସଂଖ୍ୟାରେ ମଧ୍ୟ ହ୍ରାସ ପାଇଛି । ଗତ ୨୪ଘଣ୍ଟାରେ ୨୨୮ଜଣଙ୍କ ମୃତ୍ୟୁ ହୋଇଛି ।

କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଦେଶରେ ଗତ ୨୪ଘଣ୍ଟାରେ ୧୮,୨୨୨ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୨୮ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ଏବେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୦୪,୩୧,୬୩୯ରେ ପହଞ୍ଚିଛି । ଏବେ ଯାଏଁ ଦେଶରେ ୧,୫୦,୭୮୯ ଜଣ କରୋନାରେ ମୃତ୍ୟୁ ହୋଇସାରିଛି ।

ସେହିପରି ଗୋଟିଏ ଦିନରେ ୧୯,୨୫୩ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଯାହାକୁ ମିଶାଇ କରୋନାରୁ ମୋଟ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୦,୫୬,୬୫୧ରେ ପହଞ୍ଚିଛି । ଦେଶରେ ଲଗାତର ଭାବେ କରୋନାର ଆକ୍ଟିଭ୍ କେସ୍‌ ୩ଲକ୍ଷ ତଳେ ରହିଛି । ଏବେ ଦେଶରେ ୨,୨୪,୧୯୦ କରୋନା ଆକ୍ରାନ୍ତ ବିଭିନ୍ନ ମେଡିକାଲରେ ଚିକିତ୍ସା ହେଉଛନ୍ତି ।

Show More

Related Articles

Back to top button