Breaking PLUSଦେଶ ବିଦେଶମୁଖ୍ୟ ଖବର

ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ମାଧବ ସିଂ ସୋଲାଙ୍କିଙ୍କ ପରଲୋକ

ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ମାଧବ ସିଂ ସୋଲାଙ୍କିଙ୍କ ଆଜି ପରଲୋକ ଘଟିଛି। ବିୟୋଗ ସମୟରେ ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା। ସେ ଗୁଜରାଟର ୭ମ ମୁଖ୍ୟମନ୍ତ୍ରୀ ସହିତ ଜଣେ ବରିଷ୍ଠ କଂଗ୍ରେସ ନେତା ଥିଲେ। ୩୦ ଜୁଲାଇ ୧୯୨୭ରେ ସେ ଜନ୍ମ ଗ୍ରହଣ କରିଥିଲେ।

ସେ ୧୯୮୦ରେ ଗୁଜରାଟରେ ମୁଖ୍ୟମନ୍ତ୍ରୀ ଥିଲେ। କ୍ଷେତ୍ରୀୟ, ହରିଜନ, ଆଦିବାସୀ ଏବଂ ମୁସଲିମ ଫର୍ମୁଲାରେ ସେ କ୍ଷମତାକୁ ଆସିଥିଲେ। ସେ ରାଜନେତା ସହ ଜଣେ ଆଇନଜୀବୀ ମଧ୍ୟ ଥିଲେ। ତେବେ ୧୯୮୫ରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ପରେ ପୁଣି ନିର୍ବାଚନରେ ଠିଆ ହୋଇ ୧୮୨ ଆସନରୁ ୧୪୯ଟି ଆସନରେ ବିଜୟୀ ହୋଇ କ୍ଷମତାକୁ ଫେରିଥିଲେ। ସୋଲାଙ୍କି ୨୧ ଜୁନ୍ ୧୯୯୧ରୁ ୩୧ ମାର୍ଚ୍ଚ ୧୯୯୨ ଯାଏ ବୈଦେଶିକ ମନ୍ତ୍ରୀ ଥିଲେ।

Show More

Related Articles

Back to top button