ଆଇନ କାନୁନଓଡ଼ିଶାସ୍ୱତନ୍ତ୍ର

ଗୁଣିଗାରେଡି ସନ୍ଦେହରେ ଦମ୍ପତ୍ତିଙ୍କୁ ବୀଭତ୍ସ ହତ୍ୟା

ଗୁଣିଗାରେଡି ସନ୍ଦେହରେ ଦମ୍ପତ୍ତିଙ୍କୁ ବୀଭତ୍ସ ହତ୍ୟା । ବିଳମ୍ବିତ ରାତିରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ହରିଚନ୍ଦନପୁର ବ୍ଲକ ରାସୋଳ ଝିମିକିପାଟିଆ ଗ୍ରାମରେ ।  ତେବେ ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଠି କରିଥିବାବେଳେ ରକ୍ତାକ୍ତ ଅବସ୍ଥାରେ ଉଭୟଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ୍ ।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ କେନ୍ଦୁଝର ଜିଲ୍ଲା ରାସୋଳ ଝିମିକିପାଟିଆ ଗ୍ରାମର ବାହାଡ଼ା ମୁର୍ମୁ ଓ ତାଙ୍କ ସ୍ତ୍ରୀ ଧାନୀ ମୁର୍ମୁ ଖାଇପିଇ ଘରଚାଳିଆରେ ଶୋଇଥିଲେ। ଘର ଭିତରେ ସେମାନଙ୍କ ୨୨ ବର୍ଷୀୟା ଝିଅ ଶୋଇଥିଲେ। ବିଳମ୍ବିତ ରାତିରେ ଦମ୍ପତିଙ୍କୁ କେହି ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ହତ୍ୟା କରି ଚାଲିଯାଇଥିବା ଜଣାଯାଇଛି। ତେବେ ହତ୍ୟାକାରୀ କେତେଜଣ ଥିଲେ, ତାହା ସ୍ପଷ୍ଟ ହୋଇନାହିଁ।

ତେବେ ଘଟଣା ସଂପର୍କରେ ଝିଅ କିଛି ଜାଣି ନଥିବା କହୁଛନ୍ତି। ଏଣେ ଗୁଣିଗାରେଡ଼ି ସନ୍ଦେହରେ ଏହି ହତ୍ୟାକାଣ୍ଡ ଘଟିଥିବା ଗାଁରେ ଚର୍ଚ୍ଚା ହେଉଛି। ଖବର ପାଇ ହରିଚନ୍ଦନପୁର ଓ ଦୈତାରୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Show More

Related Articles

Back to top button