Breaking PLUSଖେଳଦେଶ ବିଦେଶମୁଖ୍ୟ ଖବର

‘ନିଜକୁ ବିଶ୍ଵାସ କରି ପାରୁନି, ସ୍ଵର୍ଣ୍ଣ ପଦକ ଜିତିବି ବୋଲି ଭାବିନଥିଲି’, ପଦକ ଜିତିବା ପରେ କହିଲେ ନୀରଜ ଚୋପ୍ରା

ଦେଶର ତାରକା ଜାଭେଲିନ ଫିଙ୍ଗା ଖେଳାଳି ନୀରଜ ଚୋପ୍ରା ଟୋକିଓ ଅଲିମ୍ପିକ୍ସରେ ସ୍ଵର୍ଣ୍ଣ ଜିତି ଇତିହାସ ରଚିଛନ୍ତି।

ଶନିବାର ଫାଇନାଲ୍ ମୁକାବିଲାରେ ୮୭.୫୮ ମିଟର ଜାଭେଲିନ ଫିଙ୍ଗି ଟ୍ରାକ୍ ଆଣ୍ଡ ଫିଲ୍ଡରେ ଦେଶକୁ ଅଲିମ୍ପିକ୍ସର ପ୍ରଥମ ସ୍ଵର୍ଣ୍ଣ ପଦକ ଜିତାଇଛନ୍ତି। ଏହା ଟୋକିଓ ଅଲିମ୍ପିକ୍ସରେ ଭାରତର ପ୍ରଥମ ଏବଂ ବ୍ୟକ୍ତିଗତ ପ୍ରତିଯୋଗିତାରେ ଅଲିମ୍ପିକ୍ସରେ ଦ୍ଵିତୀୟ ସ୍ଵର୍ଣ୍ଣ ପଦକ। ଏହା ପୂର୍ବରୁ ଅଭିନବ ବିନ୍ଦ୍ରା ୨୦୦୮ ବେଜିଂ ଅଲିମ୍ପିକ୍ସରେ ସ୍ଵର୍ଣ୍ଣ ଜିତି ଇତିହାସ ରଚିଥିଲେ। ନୀରଜ ସ୍ଵର୍ଣ୍ଣ ପଦକ ଜିତିବା ପରେ ତ୍ରିରଙ୍ଗା ଧରି ମଇଦାନରେ ଚକ୍କର କାଟିଥିଲେ ଏବଂ ଉତ୍ସବ ପାଳନ କରିଥିଲେ।ହରିୟାଣାର ପାନିପତରେ ରହୁଥିବା ନୀରଜ ପଦକ ଜିତିବା ପରେ କହିଛନ୍ତି, ମୁଁ ସ୍ଵର୍ଣ୍ଣ ପଦକ ଜିତିବା ବିଷୟରେ ଚିନ୍ତା ମଧ୍ୟ କରିନଥିଲି। କିନ୍ତୁ କିଛି ଅଲଗା କରିବାକୁ ଭାବିଥିଲି। ମୁଁ ଜାଣିଥିଲି ଯେ, ଆଜି ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ପାରିବି। ମୁଁ ଅଲିମ୍ପିକ୍ସ କ୍ରୀଡାର ରେକର୍ଡ ଭାଙ୍ଗିବାକୁ ଚାହୁଁଥିଲି।

କଣ ଆପଣ ସ୍ଵର୍ଣ୍ଣ ପଦକ ଜିତି ଆଚମ୍ବିତ ଥିଲେ ପ୍ରଶ୍ନରେ ନୀରଜ କହିଛନ୍ତି ଯୋଗ୍ୟତାପର୍ଯ୍ୟାୟ ରାଉଣ୍ଡରେ ମୁଁ ବହୁତ ଭଲ ଜାଭେଲିନ ଫିଙ୍ଗିଥିଲି। ଏଥିପାଇଁ ଜାଣିଥିଲି ମୁଁ ଫାଇନାଲରେ ଭଲ ପ୍ରଦର୍ଶନ କରି ପାରିବି। ନୀରଜ କହିଛନ୍ତି, ଯେବେ ଜାତୀୟ ସଙ୍ଗୀତ ବାଜି ଉଠିଲା ଏବଂ ତ୍ରୀରଙ୍କା ଲହରାଇଲା, ମୋ ଶରୀରରେ କରେଣ୍ଟ ଦୌଡିବା ପରି ଲାଗିଥିଲା ଏବଂ ମୋ ଆଖିରୁ ଲୁହ ବୋହି ଆସିଥିଲା। ଐତିହାସିକ ସ୍ଵର୍ଣ୍ଣ ଜିତିବା ପରେ ନୀରଜ କହିଛନ୍ତି, ମୁଁ ନିଜକୁ ବିଶ୍ଵାସ କରି ପାରୁନାହିଁ। ପ୍ରଥମ ଥର ଭାରତ ଆଥଲେଟିକ୍ସରେ ସ୍ଵର୍ଣ୍ଣ ପଦକ ଜିତିଥିବାରୁ ମୁଁ ବହୁତ ଖୁସି।ସେ ଏହା ମଧ୍ୟ କହିଛନ୍ତି, ସେ ପଦକ ସହିତ ମିଲ୍‌ଖା ସିଂହଙ୍କୁ ଭେଟିବାକୁ ଚାହୁଁଥିଲି। ସେ ନିଜ ପଦକକୁ ଦୌଡ ରାଣୀ ପିଟି ଉଷା ଓ ଅନ୍ୟ ଆଥଲେଟ୍‌ଙ୍କୁ ସମର୍ଥିତ କରୁଛି, ଯିଏ ଅଲିମ୍ପିକ୍ସରେ ପଦକ ଜିତିବାର ନିକଟତର ହୋଇ ଜିତିବାରେ ସଫଳ ହୋଇ ପାରି ନାହାନ୍ତି।ପୁରୁଷ ଜାଭେଲିନ ପ୍ରତିଯୋଗିତାରେ ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡରେ ଯେଉଁଭଳି ପ୍ରଦର୍ଶନ କରିଥିଲେ ଫାଇନାଲ୍‌ରେ ତାଠୁ ଅଧିକ ଭଲ ପ୍ରଦର୍ଶନ କରିଥିଲେ ନୀରଜ। ପ୍ରଥମ ପ୍ରୟାସରେ ନୀରଜ ୮୭.୦୩ ମିଟର ଫିଙ୍ଗି ଥିଲେ। ଏହା ପରେ ଦ୍ଵିତୀୟ ପ୍ରୟାସରେ ନିଜର ଦମଦାର ପ୍ରଦର୍ଶନକୁ ଦୋହରାଇ ୮୭.୫୮ ମିଟର ପର୍ଯ୍ୟନ୍ତ ଜାଭେଲିନ ଫୋପାଡିଥିଲେ। କୌଣସି ପ୍ରତିପକ୍ଷ ଖେଳାଳି ୮୭ ଉପରେ ଫିଙ୍ଗି ପାରିନଥିଲେ।

Show More

Related Articles

Back to top button