ଦେଶ ବିଦେଶମୁଖ୍ୟ ଖବର

କରୋନାର ଚତୁର୍ଥ ଲହର ଆଣିବ XE ଭାରିଆଣ୍ଟ !

ଆଇଆଇଟି କାନପୁରର ରିପୋର୍ଟ ବଢାଇଲା ଚିନ୍ତା

ଜୁନ୍ ରେ ଆସିପାରେ କରୋନାର ଚତୁର୍ଥ ଲହର । ଏନେଇ ଆଇଆଇଟି ଦାବି କରିଥିବା ବେଳେ ଡର ବଢାଇଛି କରୋନାର ନୂଆ ଭାରିଆଣ୍ଟ XE । ଦେଶରେ ପୁଣି ଥରେ କରୋନା ସଂକ୍ରମଣ ମାମଲା ଦ୍ରୁତଗତିରେ ବଢୁଛି । ଯାହା ଚିନ୍ତା ବଢାଇଛି । କିଛି ମାସ ତଳେ ଆଇଆଇଟି କାନପୁର ଏକ ଗବେଷଣା କରିଥିଲା । ଯେଉଁଥିରେ କରୋନାର ଚତୁର୍ଥ ଲହର ଜୁନ୍ ମାସରେ ଆସିପାରେ ବୋଲି କୁହା ଯାଇଥିଲା । ଆଉ ଏବେ କରୋନାର ନୂଆ XE ଭାରିଆଣ୍ଟ ଜନିତ ସଂକ୍ରମଣ ଗୁଜରାଟ ଏବଂ ମହାରାଷ୍ଟ୍ରରେ ଦେଖିବାକୁ ମିଳିଛି ।

ଏହାସହ ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୧ହଜାର ଟପିଛି । ଲଗାତର ସଂକ୍ରମଣ ବଢୁଥିବାରୁ ଚତୁର୍ଥ ଲହର ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଆଲର୍ଟ କରିଛନ୍ତି । ଆଇଆଇଟି କାନପୁର ବିଶେଷଜ୍ଞଙ୍କ ଅନୁଯାୟୀ ୨୨ଜୁନ୍ ଆଖପାଖବେଳକୁ ଚତୁର୍ଥ ଲହର ଆରମ୍ଭ ହୋଇପାରେ । ଏହି ଲହର ଅଗଷ୍ଟ ଶେଷ ବେଳକୁ ପିକ୍ ଛୁଇଁପାରେ । ୨୪ଅକ୍ଟୋବର ସୁଦ୍ଧା ଏହାର ପ୍ରଭାବ ଶେଷ ହୋଇପାରେ।

Show More

Related Articles

Back to top button