ମନୋରଞ୍ଜନ

ବଲିଉଡ଼ରେ କରୋନା ମାଡ

ଅକ୍ଷୟ, ଗୋବିନ୍ଦା ଓ ଭୂମିଙ୍କ ପରେ ଅଭିନେତା ବିକ୍କୀ କୌଶଲ କରୋନା ସଂକ୍ରମିତ

କରୋନା ବଲିଉଡକୁ କବଳିତ କରିଛି। ଲଗାତାର ଜଣେ ପରେ ଜଣେ ଅଭିନେତା ଓ ଅଭିନେତ୍ରୀ କରୋନା ସଂକ୍ରମିତ ହେଉଛନ୍ତି। ରବିବାର ଅକ୍ଷୟ କୁମାର ଓ ଗୋବିନ୍ଦା କରୋନା ସଂକ୍ରମିତ ହୋଇଥିବା ଜଣାପଡିଥିଲା। ସୋମବାର ଦିନ ଅଭିନେତ୍ରୀ ଭୂମି ପେଡନେକର କରୋନା ପଜିଟିଭ ହୋଇଥିବା ସୂଚନା ଦେଇଛନ୍ତି। ଏପଟେ ଅଭିନେତା ବିକ୍କୀ କୌଶଲ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି।

 

corona-virus
corona-virus

ସେ କହିଛନ୍ତି ଯେ ସେ ସବୁ ନିୟମ ପାଳନ କରୁଛନ୍ତି ଓ ଘରେ କ୍ଵାରେଣ୍ଟାଇନରେ ଅଛନ୍ତି।ମସାନ ଓ ଊରି ଦ ସର୍ଜିକାଲ ଷ୍ଟ୍ରାଇକ ଫେମ ଅଭିନେତା ବିକ୍କୀ ସୋମବାର ଦିନ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ ଜରିଆରେ କରୋନା ସଂକ୍ରମିତ ହୋଇଥିବା ସୂଚନା ଦେଇଛନ୍ତି। ଗତ କିଛି ଦିନ ମଧ୍ୟରେ ଯେଉଁମାନେ ତାଙ୍କ ସମ୍ପର୍କରେ ଆସିଛନ୍ତି ସେମାନେ ନିଜର କରୋନା ଯାଞ୍ଚ କରାଇ ଦିଅନ୍ତୁ ବୋଲି ସେ କହିଛନ୍ତି।

Show More

Related Articles

Back to top button