Breaking PLUSଦେଶ ବିଦେଶମୁଖ୍ୟ ଖବର

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୦,୪୯୬ ଜଣ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ

କରୋନା ଭାଇରସ ମହାମାରୀ ଯୋଗୁଁ ସମଗ୍ର ବିଶ୍ୱ ସହିତ ଭାରତରେ ମଧ୍ୟ ସ୍ଥିତି ଉଦବେଗଜନକ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୦,୪୯୬ ଜଣ ନୂଆ କରୋନା ସଂକ୍ରମଣ ରୋଗୀ ଚିହ୍ନଟ ହୋଇଛନ୍ତି ଏବଂ ୯୬୪ ଜଣଙ୍କର ଗତ ୨୪ ଘଣ୍ଟା ମଧ୍ୟରେ କ‌ରୋନାରେ ମୃତ୍ୟୁ ହୋଇଛି

କରୋନା ଭାଇରସ ମହାମାରୀ ଯୋଗୁଁ ସମଗ୍ର ବିଶ୍ୱ ସହିତ ଭାରତରେ ମଧ୍ୟ ସ୍ଥିତି ଉଦବେଗଜନକ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୦,୪୯୬ ଜଣ ନୂଆ କରୋନା ସଂକ୍ରମଣ ରୋଗୀ ଚିହ୍ନଟ ହୋଇଛନ୍ତି ଏବଂ ୯୬୪ ଜଣଙ୍କର ଗତ ୨୪ ଘଣ୍ଟା ମଧ୍ୟରେ କ‌ରୋନାରେ ମୃତ୍ୟୁ ହୋଇଛି। ଆଜିର ସଂଖ୍ୟାକୁ ମିଶାଇ ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୬୯ ଲକ୍ଷ ୬ ହଜାର ୧୫୨ରେ ପହଞ୍ଚିଛି । ୮ ଲକ୍ଷ ୯୩ ହଜାର ୫୯୨ ଜଣ ରୋଗୀ ବର୍ତ୍ତମାନ ଦେଶର ବିଭିନ୍ନ ହସପିଟାଲରେ ଚିତ୍କିସାଧୀନ ଥିବା ବେଳେ ୫୯ ଲକ୍ଷ ୦୬ ହଜାର ୦୬୯ ଜଣ ରୋଗୀ ବର୍ତ୍ତମାନ ସୁଦ୍ଧା କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଲେଣି । ଏହା ସହ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬ ହଜାର ୪୯୦ରେ ପହଞ୍ଚିଛି । ମହାରାଷ୍ଟ୍ର କରୋନା ମହାମାରୀ ଯୋଗୁଁ ସବୁଠୁ ଅଧିକ ପ୍ରଭାବିତ ରାଜ୍ୟ ଭାବେ ବର୍ତ୍ତମାନ ଦେଶରେ । ମହାରାଷ୍ଟ୍ରରେ ୨ ଲକ୍ଷ ୪୪ ହଜାର ୯୭୬ ସକ୍ରିୟ ମାମଲା ଥିବାବେଳେ ୧୧ ଲକ୍ଷ ୯୬ ହଜାର ୪୪୧ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।

Show More

Related Articles

Back to top button