Breaking PLUSଦେଶ ବିଦେଶମୁଖ୍ୟ ଖବର

ରେକର୍ଡ ଭାଙ୍ଗୁଛି ରକ୍ତମୁଖା କୋରୋନା; ୨୪ ଘଣ୍ଟାରେ ୭୮,୭୬୧ ନୂଆ ଆକ୍ରାନ୍ତ

ଗତ ୨୪ ଘଣ୍ଟାରେ ସମଗ୍ର ଦେଶରେ ୭୮,୭୬୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କୋରୋନାରେ ୯୪୮ ଜଣଙ୍କର ମୃତ୍ୟୁ ଘଟିଛି ।

ନୂଆଦିଲ୍ଲୀ : ଆଜି ପୁଣି ଥରେ ରେକର୍ଡ ଭାଙ୍ଗିଛି ମହାମାରୀ କୋରୋନା । ଗତ ୨୪ ଘଣ୍ଟାରେ ସମଗ୍ର ଦେଶରେ ୭୮,୭୬୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କୋରୋନାରେ ୯୪୮ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଆକ୍ରାନ୍ତଙ୍କୁ ମିଶାଇ ଦେଶରେ କୋରୋନା ରୋଗୀଙ୍କ ସଂଖ୍ୟା ୩୫, ୪୨, ୭୩୩ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୨୭,୧୩,୯୩୩ ଜଣ କୋରୋନା ରୋଗୀ ସୁସ୍ଥ ହୋଇଛନ୍ତି । ସେହିପରି ୬୩,୪୯୮ ଜଣଙ୍କର ମୁଣ୍ଡ ନେଇ ମହାମାରୀ କୋରୋନା।
ସୂଚନା ଅନୁସାରେ, ଗତ ଦୁଇ ଦିନ ମଧ୍ୟରେ କୋରୋନା ରୋଗୀଙ୍କ ମୃତ୍ୟୁ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଏ ନେଇ କେନ୍ଦ୍ର ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Show More

Related Articles

Back to top button