Breaking PLUSଓଡ଼ିଶାମୁଖ୍ୟ ଖବର
ହୀରାକୁଦ ଜଳଭଣ୍ଡାରରେ ଖୋଲିଲା ୪୬ଟି ଗେଟ୍
ଛତିଶଗଡ଼ ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇଛି। ଫଳରେ ବନ୍ୟା ଜଳ ନିଷ୍କାସନ ପାଇଁ ଡ୍ୟାମରେ ଏବେ ୪୬ଟି ଗେଟ୍ ଖୋଲିଛନ୍ତି ଜଳଭଣ୍ଡାର କତ୍ତୃପକ୍ଷ।

ସମ୍ୱଲପୁର : ଛତିଶଗଡ଼ ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇଛି। ଫଳରେ ବନ୍ୟା ଜଳ ନିଷ୍କାସନ ପାଇଁ ଡ୍ୟାମରେ ଏବେ ୪୬ଟି ଗେଟ୍ ଖୋଲିଛନ୍ତି ଜଳଭଣ୍ଡାର କତ୍ତୃପକ୍ଷ। ଡ୍ୟାମ୍ର ଜଳ ଧାରଣ କ୍ଷମତା ୬୩୦ ଫୁଟ ରହିଥିବା ବେଳେ ଏବେ ଜଳ ପତନ ୬୨୭.୮୩ ଫୁଟ୍ ରହିଛି। ବର୍ତ୍ତମାନ ପ୍ରତି ସେକେଣ୍ଡରେ ହୀରାକୁଦ ଜଳଭଣ୍ଡାରକୁ ୮ ଲକ୍ଷ ୪୦ ହଜାର ୮୮୯ କ୍ୟୁସେକ୍ ଜଳ ପ୍ରବେଶ କରୁଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାରରୁ ୭ ଲକ୍ଷ ୪୮ ହଜାର ୯୨୬ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ହୀରାକୁଦ ଡ୍ୟାମର ବାମ ପଟେ ୩୧ଟି ଓ ଡାହାଣ ପଟେ ୧୫ଟି ଗେଟ୍ ଖୋଲିଛି । ମୁଣ୍ଡଳିରେ ବର୍ତମାନ ୯ ଲକ୍ଷ ୭୯ ହଜାର ୭୧୫ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି ।