ସ୍ୱାସ୍ଥ୍ୟ

କରୋନାର ଦୁତୀୟ ଲହରୀରୁ ନିଜକୁ ରକ୍ଷା କରିବା ପାଇଁ : ନିଜ ଖାଦ୍ୟରେ ସାମିଲ କରନ୍ତୁ ଏହି ଜିନିଷ

ବର୍ତ୍ତମାନ ଦେଶରେ କରୋନା ମହାମାରୀର ଦୁତୀୟ ଲହରୀ ଧୀରେ ଧୀରେ ଦେଖିବାକୁ ମିଳୁଛି l ପ୍ରଥମ ଲହରୀ ଅପେକ୍ଷା ଦୁତୀୟ ଲହରୀ ଭୟଙ୍କର ହୋଇପାରେ ବୋଲି ବିଶେଷଜ୍ଞ ମାନେ ମତ ଦେଇଛନ୍ତି l କରୋନାର ବର୍ତ୍ତମାନର ଯେଉଁ ନୂଆ ଲକ୍ଷଣ ଦେଖା ଦେଉଛି ତାହାକୁ ନେଇ ଚିକିତ୍ସକ ମନେ ନୂଆ ନୂଆ ମତ ଦେଉଛନ୍ତି

ପୂର୍ବରୁ ଥଣ୍ଡା ,କାଶ ,ଜ୍ୱର ,ଛାତି ଯନ୍ତ୍ରଣା ଇତ୍ୟାଦି ରହିଥିଲା l କିନ୍ତୁ ବର୍ତ୍ତମାନର ଲକ୍ଷଣରେ ଆଉ କିଛି ଅଧିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି l ବର୍ତ୍ତମାନ ପୂର୍ବ ଭଳି ବିଶେଷଜ୍ଞ ମାନେ କହୁଛନ୍ତି ଯେ ନିଜର ଖାଦ୍ୟରେ କିଛି ଏପରି ଜିନିଷକୁ ସାମିଲ କରିବା ପାଇଁ ଯାହା ଦ୍ୱାରା ନିଜକୁ କରୋନା କବଳରୁ ରକ୍ଷା କରାଯାଇ ପାରିବ ,ଆସନ୍ତୁ ଏହି ବିଷୟରେ ଜାଣିବା l

* ଗୋଟିଏ ନୂତନ ଗବେଷଣା ଦ୍ୱାରା ଜଣ ପଡିଛି ଯେ କରୋନା ଭୁତାଣୁର ନୂଆ ଲହରୀରୁ ନିଜକୁ ରକ୍ଷା କରିବା ପାଇଁ ଗ୍ରୀନ ଟି ପିଇବା ପାଇଁ ଉପଦେଶ ଦିଆଯାଉଛି l ଏହି ଗବେଷଣାରୁ ଜଣ ପଡିଛି ଯେ ଗ୍ରୀନ ଟି ରେ ଏପରି ତତ୍ୱ ରହିଛି ଯାହା ଏହି ନୂଆ ଲହରୀକୁ ସାମ୍ନା କରିବାକୁ ସକ୍ଷମ ଅଟେ l ଗ୍ରୀନ ଟିରେ EGCG ରହିଥାଏ ଯାହା ଆମର ଇମ୍ୟୁନ ସିଷ୍ଟମକୁ ବୁଷ୍ଟ କରିବାରେ ସକ୍ଷମ ହୋଇଥାଏ l

* ଅନେକ ଗବେଷଣାରେ କୁହାଯାଇଛି ଯେ ଡାର୍କ ଚକଲେଟ ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭ ଦାୟକ ଅଟେ l ଏଥିରେ ଆଣ୍ଟିଆକ୍ସିଡେଣ୍ଟ ଓ ମିନେରାଲ ରହିଛି ,ଯାହା କରୋନା ଭୁତାଣୁ ପାଖରୁ ରକ୍ଷା କରିବାରେ ସହାୟକ ହୋଇଥାଏ l

* ବ୍ରୋକଲି ଏଷ୍ଟ୍ରଜନ ହର୍ମୋନକୁ ସନ୍ତୁଳିତ ରଖିଥାଏ l ଏଥିରେ କ୍ୟାଲସିୟମ ରହିଥିବା ହେତୁ ମହିଳାଂକମ ପାଇଁ ଅତ୍ୟନ୍ତ ହିତକର l ବ୍ରୋକଲିରେ ମ୍ୟାଗନେସିୟମ୍ ,ଭିଟାମିନ-ଏ ,ସି ,ଇ ,ଫସଫରସ ,ଜିଙ୍କ ଓ ଆଇରନ ରହିଥିବା କାରଣରୁ କରୋନା ସମୟରେ ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ିବାରେ ସାହାଯ୍ୟ କରିଥାଏ l

* ଆୟୁର୍ବେଦରେ ରସୁଣାକୁ ଗୋଟିଏ ଔଷଧ ଭାବରେ ବ୍ୟବହାର କରାଯାଇଥାଏ l ରସୁଣରେ ଆଣ୍ଟିବ୍ୟାକ୍ଟେରିଆ ଓ ଆଣ୍ଟିଭାଇରସ ଗୁଣ ରହିଛି ,ତାସାହିତ ଏଲିସିନ ନାମକ ତତ୍ୱ ରହିଥିବା କାରଣରୁ ଏହାକୁ ସେବନ କରିବା ଦ୍ୱାରା ଆମ ଶରୀରର ପ୍ରତିରୋଧକ କ୍ଷମତା ଅଧିକ ପରିମାଣରେ ବଢିବା ସହିତ ସଂକ୍ରମଣରୁ ରକ୍ଷା କରିଥାଏ l

Unfortunately, the market is full of fake ED pills , since many men are suffering. generic cialis Thanks to these pills that have been made from natural ingredients.

Show More

Related Articles

Back to top button