ଦେଶ ବିଦେଶ

ନିଜକୁ ଖୁସିରେ ରଖିବା ପାଇଁ ଆପଣାନ୍ତୁ ଏହି ସୁନ୍ଦର ଉପାୟ ଯାହା ଭରିଦେବ ଆପଣଙ୍କ ଜୀବନରେ ଆନନ୍ଦ ଓ ଉଲ୍ଲାସ

ସର୍ବଦା ଖୁସିରେ ରହିବା ପ୍ରତେକ ବ୍ୟକ୍ତିର ଅଧିକାର l କିନ୍ତୁ ଆଜି କାଲିର ଦୁନିଆରେ ଖୁସିରେ ରହିବା ଗୋଟିଏ ସ୍ବପ୍ନ ଭଳି ହୋଇଯାଇଛି l ଆଜିକାଲି ଏହି ଖୁସି ଶବ୍ଦଟି ଖୁବ ଦୁରକୁ ଚାଲି ଯାଇଛି

ଆମେ ନିଜକୁ ଖୁସି ରଖିବା ପାଇଁ ଆମେ ବିଭିନ୍ନ ପ୍ରକାରର କାର୍ଯ୍ୟ କରିଥାଉ ,କିନ୍ତୁ ଖୁସିରେ ରହିପାରୁନାହିଁ l କିନ୍ତୁ ଆମ ନିଜ ଭିତରେ ଏପରି କିଛି ଗୁଣ ରହିଛି ଯାହା ଦ୍ୱାରା ଆମେ ନିଜକୁ ଖୁସିରେ ରଖିପାରିବା l

ସବୁବେଳେ ମନେ ରଖନ୍ତୁ ଯେ ଆମେ ଜୀବନରେ ଖୁସିରେ ରହିବା ପାଇଁ ନିଜ ଭିତରେ ଏପରି କିଛି ଗୁଣ ରହିଛି ଯାହା ଦ୍ୱାରା ଆପଣ ନିଜକୁ ଖୁସିରେ ରଖି ପାରିବେ l ଆସନ୍ତୁ ଜାଣିବା –

– ସର୍ବଦା ଖରାପ ଲୋକଙ୍କ ପାଖରୁ ନିଜକୁ ଦୁରେଇ ରଖନ୍ତୁ l

– ବିନା କୌଣସି କାରଣରେ ନିଜର ସମୟକୁ ନଷ୍ଟ କରନ୍ତୁ ନାହିଁ l

– ଅନ୍ୟ ଉପରେ ଦୋଷ ଦେବା ପୂର୍ବରୁ ନିଜର ଭୁଲକୁ ଦେଖନ୍ତୁ ଓ ଆଉ ଗୋଟିଏ ନୂଆ ଭାବରେ ସମ୍ପର୍କ ଗଢନ୍ତୁ l

– ଲୋକମାନଙ୍କ ପାଖରୁ ସବୁ ଶୁଣନ୍ତୁ କିନ୍ତୁ ନିଜ ମନ ଯାହା କହୁଛି ସେଇଆ କରନ୍ତୁ l

– ଯେଉଁ କାମକୁ କରିବା ଦ୍ୱାରା ଖୁସି ମିଳୁଛି ସେହି କାର୍ଯ୍ୟ କରନ୍ତୁ l

– ଆପଣ ଛୋଟ କିମ୍ବା ବଡ଼ ଯେଉଁ କାମ କରୁଛନ୍ତି ସର୍ବଦା ନିଜ ଚେଷ୍ଟାର ମୂଲ୍ୟକୁ ବୁଝନ୍ତୁ l

– କାହାରି ସହିତ ଗଣ୍ଡଗୋଳ ହେବା ଦ୍ୱାରା କୌଣସି କଥାର ସମାଧାନ ହୋଇ ନଥାଏ ,ତେଣୁ ସବୁ କିଛି ଶାନ୍ତିପୂର୍ଣ ଭାବରେ ସମାଧାନ କରନ୍ତୁ l

– ସର୍ବଦା ନିଜ ମନକୁ ଶାନ୍ତ ରଖନ୍ତୁ ଓ ବୁଝିସୁଝି ସମସ୍ତ କଥାର ଉତର ଦିଅନ୍ତୁ l ଅନ୍ୟମାନଙ୍କ ପ୍ରତି ଇର୍ଷା ପରାୟଣ ହୁଅନ୍ତୁ ନାହିଁ ,ଇର୍ଷା ମଣିଷର ଖୁସିକୁ ନଷ୍ଟ କରି ଦେଇଥାଏ l

– ବେଳେବେଳେ ନିଜ ପାଇଁ ସମୟ ବାହାର କରନ୍ତୁ ,ଯାହାଦ୍ୱାରା ଆପଣ ନିଜକୁ ଖୁସି କଲାଭଳି କାର୍ଯ୍ୟ କରିପାରିବେ l

– ସର୍ବଦା ନିଜ ଉପରେ ଅତୁଟ ବିଶ୍ୱାସ ରଖନ୍ତୁ ,ଯାହାଦ୍ୱାରା ଜୀବନରେ ଆଗକୁ ବଢିବାର ଇଛା ଜାଗ୍ରତ ହେବ l ନିଜ ଭିତରେ ଥିବା କିଛି ଅତୀତର ଅଭ୍ୟାସକୁ ଖୋଜି ବାହାର କରନ୍ତୁ ଓ ତା ସହିତ ଅତୀତର କିଛି ଅତୀତର ସମୟ ଅତିବାହିତ କରନ୍ତୁ l

Safe is no official for this service. cialis malaysia pharmacy Due to different expansion a wisdom in Livingston has pharmacological to re-locate their main office into a slower building with purpose built facilities.

Show More

Related Articles

Back to top button