ସ୍ୱାସ୍ଥ୍ୟ

ଲଗାତାର କାଶ ହୋଉଥିଲେ ଏହି ଘରୋଇ ଉପଚାର ଆପଣାନ୍ତୁ

ମିଳିବ ଅନେକ ଫାଇଦା, ଆସନ୍ତୁ ପଢିବା ଓ ଜାଣିବା ସେଗୁଡିକ କଣ କଣ-

କାଶ ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ। ସାଧାରଣତଃ ଥଣ୍ଡା ହେଲେ କିମ୍ବା ପେଟ ଗରମ ହେଲେ କାଶ ହୋଇଥାଏ। କିନ୍ତୁ କାଶ ଅଧିକ ଦିନ ଯାଏଁ ରହିବା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ। ତେଣୁ କାଶର ଚିକିତ୍ସା କରିବା ନିହାତି ଆବଶ୍ୟକ। କିନ୍ତୁ କାଶ ହେଲେ ଗଳାରେ ନିଶ୍ୱାସ ନେବା ରାସ୍ତା ସଫା ହୋଇଯାଇଥାଏ। କାଶ ହେବାର ଆହୁରି ଅନ୍ୟ କାରଣ ମଧ୍ୟ ଅଛି। ଧୂଳି, ପ୍ରଦୂଷଣ ଆଦି ପାଇଁ ମଧ୍ୟ କାଶ ହୋଇଥାଏ। ତେବେ କାଶ ପାଇଁ ଘରୋଇ ଉପଚାର ସବୁଠାରୁ ଉତ୍ତମ।
୧. ମହୁ – କାଶ ପାଇଁ ସବୁଠାରୁ ଉତ୍ତମ ଘରୋଇ ଉପଚାର ମହୁ। ମହୁରେ ଆଣ୍ଟିଅକ୍ସିଡେଣ୍ଟ ଗୁଣ ରହିଛି ଯାହା ଜୀବାଣୁ ସହ ଲଢ଼ିବାରେ ସହାୟକ ହୋଇଥାଏ। ମହୁ ସେବନ ଦ୍ୱାରା ଗଳାର ଯନ୍ତ୍ରଣା ମଧ୍ୟ ଦୂର ହୋଇଥାଏ। ଏକ ଅଧ୍ୟୟନରୁ ଜଣାପଡିଛି ଯେ ଥଣ୍ଡା-କାଶ ଉପଚାର ପାଇଁ ମହୁ ଔଷଧ ଠାରୁ ମଧ୍ୟ ପ୍ରଭାବଶାଳୀ। ହର୍ବଲ ଚା’ କିମ୍ବା ପାଣିରେ ଦୁଇ ଚାମଚ ମହୁ ମିଶାଇ ଦିନକୁ ଦୁଇଥର ସେବନ କଲେ କାଶ ଭଲ ହୋଇଥାଏ।
୨. ଲୁଣ ପାଣିରେ ଗାର୍ଗିଲିଂ – ଲୁଣ ପାଣିରେ ଗାର୍ଗିଲିଂ କଲେ କାଶ ଓ ଗଳା ଯନ୍ତ୍ରଣାରୁ ଆରାମ ମିଳିଥାଏ। ଏକ କପ ଗରମ ପାଣିରେ ଏକ ଚତୁର୍ଥାଂଶ ଲୁଣ ପକାଇ ଦିନକୁ ୩-୪ ଥର ଗାର୍ଗିଲିଂ କରିବା ଉଚିତ। ଏହା ଟନ୍ସିଲରୁ ମଧ୍ୟ ଆରାମ ଦେଇଥାଏ।

୩. ଅଦା – କାଶ ପାଇଁ ଆଉ ଏକ ପ୍ରଭାବଶାଳୀ ଘରୋଇ ଉପଚାର ହେଲା ଅଦା। ଶୀତ ଦିନରେ ଗୋଲମରିଚ ଓ ଅଦା ପକା ଚା’ ସେବନ କଲେ କାଶ ଭଲ ହୋଇଥାଏ। ଏହି ଚା’ରେ ମହୁ ପକାଇ ମଧ୍ୟ ସେବନ କରିପାରିବେ। କିନ୍ତୁ ଅଧିକ ମାତ୍ରାରେ ଅଦା ଚା’ ସେବନ ଦ୍ୱାରା ପେଟ ଖରାପ ହୋଇପାରେ। ସେଥିପାଇଁ ସୀମିତ ମାତ୍ରାରେ ସେବନ କରିବା ଉଚିତ।
୪. ପିପରମିଣ୍ଟ – କାଶ ଓ ଗଳା ଯନ୍ତ୍ରଣାରେ ପିପରମିଣ୍ଟ ଆରାମ ପ୍ରଦାନ କରିବାରେ ସାହାଯ୍ୟ କରିଥାଏ। ଦିନକୁ ଦୁଇରୁ ତିନିଥର ପିପରମିଣ୍ଟ ଚା’ ସେବନ କଲେ କାଶ ସମସ୍ୟା ଦୂର ହୋଇଥାଏ। ଅରୋମାଥେରାପି ଭାବେ ମଧ୍ୟ ପିପରମିଣ୍ଟ ବ୍ୟବହାର କରିପାରିବେ। ଶୀତ ଦିନରେ ପିପରମିଣ୍ଟ ବ୍ୟବହାର ଲାଭଦାୟକ।
୫. ନୀଳଗିରି ତେଲ – ନୀଳଗିରି ତେଲ ଦ୍ୱାରା ନିଶ୍ୱାସ ନଳୀ ସଫା ହୋଇଥାଏ। ନଡ଼ିଆ ତେଲ କିମ୍ବା ଅଲିଭ ତେଲ କିଛି ବୁନ୍ଦା ନୀଳଗିରି ତେଲ ମିଶାଇ ଛାତିରେ ମାଲିସ କରନ୍ତୁ। ଗରମ ପାଣିରେ ନୀଳଗିରି ତେଲ ପକାଇ ବାଷ୍ପ ମଧ୍ୟ ନେଇପାରିବେ। ଏହାଦ୍ୱାରା ଆରାମ ମିଳିଥାଏ ଏବଂ ନିଶ୍ୱାସ ନେବାରେ ଆଶ୍ବସ୍ତି ମିଳିଥାଏ।

Show More

Related Articles

Back to top button