ମନୋରଞ୍ଜନ

ସେଲିବ୍ରିଟି ସିଙ୍ଗର ନେହା କକ୍କଡଙ୍କୁ ମିଳିଲା ୟୁଟ୍ୟୁବ ଡାଏମଣ୍ଡ ଆୱାର୍ଡ

ଏହି ସଫଳତା ପାଇବାରେ ଭାରତର ପ୍ରଥମ ଗାୟିକା

ବଲିଉଡ କଣ୍ଠଶିଳ୍ପୀ ନେହା କକ୍କଡ ପୁଣି ଖବରରେ । ସେଲିବ୍ରିଟି ସିଙ୍ଗର ସଫଳତାର ଆଉ ଏକ ମୁକୁଟ ପିନ୍ଧିଛନ୍ତି ଆଉ ଏବେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ନେହାଙ୍କ ଏହି ସଫଳତା ବେଶ ନିଆରା । ସଫଳତା ଲାଗି କ୍ରମାଗତ ଭାବରେ ଇତିହାସ ସୃଷ୍ଟି କରିଚାଲିଛନ୍ତି ନେହା । ପ୍ରଥମେ ସେ ଭାରତର ପ୍ରଥମ କଣ୍ଠଶିଳ୍ପୀ ଭାବେ ଇନଷ୍ଟାଗ୍ରାମରେ କରିଥିଲେ ରେକର୍ଡ । ଇନଷ୍ଟାଗ୍ରାମରେ ତାଙ୍କର ସବୁଠୁ ଅଧିକ ଫ୍ୟାନ୍ ବା ଫଲୋୟର । ଏବେ ନେହା ଆଉ ଏକ ନୂତନ ସଫଳତା ପାଇଛନ୍ତି ।ନେହାଙ୍କୁ ୟୁଟ୍ୟୁବ ଡାଏମଣ୍ଡ ଆୱାର୍ଡ ଦିଆଯାଇଛି, ଯାହାକୁ ପାଇଥିବା ସେ ଭାରତର ପ୍ରଥମ କଣ୍ଠଶିଳ୍ପୀ ଅଟନ୍ତି । ନେହା ଏହି ଖୁସି ଖବର ତାଙ୍କ ଫ୍ୟାନ୍ସଙ୍କୁ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ଏବଂ ତାଙ୍କୁ ଅନେକ ଶୁଭେଚ୍ଛା ମଧ୍ୟ ମିଳୁଛି।

ନେହା ଇନଷ୍ଟାଗ୍ରାମରେ ଟ୍ରଫି ସହ ଫଟୋ ସେୟାର କରି ଲେଖିଛନ୍ତି, ‘ୟୁଟ୍ୟୁବ ଡାଏମଣ୍ଡ ଆୱାର୍ଡ ପାଇବାରେ ସେ ଏକମାତ୍ର ଭାରତୀୟ କଣ୍ଠଶିଳ୍ପୀ । ଏହା ମୋର ପରିବାରର ସହଯୋଗ ପାଇଁ ସମ୍ଭବ ହୋଇଛି । ଏଥିପାଇଁ ସେ ତାଙ୍କ ବାପା-ମା, ଭାଇ ଟୋନି କକ୍କଡ, ଭଉଣୀ ସୋନୁ କକ୍କଡଙ୍କୁ ଶ୍ରେୟ ଦେବାବେଳେ ଶ୍ରୋତାଙ୍କୁ ବି କ୍ରେଡିଟ୍ ଦେବାକୁ ଭୁଲି ନାହାଁନ୍ତି । ରୋହନପ୍ରୀତଙ୍କ ପାଇଁ ବି ଲେଖିଛନ୍ତି ନେହା… ପରିବାରର ନୂତନ ସଦସ୍ୟଙ୍କ ପାଇଁ ଅନେକ ଅନେକ ଭଲ ପାଇବା ।’ ୟୁଟ୍ୟୁବ ଡାଏମଣ୍ଡ ଆୱାର୍ଡ କୌଣସି ଚ୍ୟାନେଲକୁ ସେତେବେଳେ ଦିଆଯାଏ , ଯେତେବେଳେ ତାହାର ଉପଭୋକ୍ତାଙ୍କ ସଂଖ୍ୟା ୧୦ମିଲିୟନ ହୋଇଯାଏ । ନେହାଙ୍କ ୟୁଟ୍ୟୁବ ଚ୍ୟାନେଲରେ ବର୍ତ୍ତମାନ ୧୧.୮ ମିଲିୟନ ୟୁଜର ଅଛନ୍ତି । ସେଥିଲାଗି ନେହାଙ୍କୁ ୟୁଟ୍ୟୁବ ଡାଏମଣ୍ଡ ଆୱାର୍ଡ ଦିଆଯାଇଛି ।

Show More

Related Articles

Back to top button