ଦେଶ ବିଦେଶବାଣିଜ୍ୟ

ଲଗାତାର ୩ଦିନ ବନ୍ଦ ରହିବ ବ୍ୟାଙ୍କସେବା

ଏପରି ରହିଛି ୧୦ଦିନର ଛୁଟି ତାଲିକା

ଶୁକ୍ରବାର ଦିନ ସମୟ ପୂର୍ବରୁ ବ୍ୟାଙ୍କ କାର୍ଯ୍ୟ ଶେଷ କରିନିଅନ୍ତୁ। ନଚେତ ନିଜ କାର୍ଯ୍ୟ ପାଇ ୩ ଦିନ ଅପେକ୍ଷା କରିବାକୁ ପଡ଼ିବ। ଲଗାତର ୩ ଦିନ ବ୍ୟାଙ୍କ ବନ୍ଦ ରହିବାକୁ ଥିବା ବେଳେ ବ୍ୟାଙ୍କ ସମ୍ବନ୍ଧୀୟ କାର୍ଯ୍ୟ ଆପଣଙ୍କର ଅଧାରେ ରହିଯିବାର ସମ୍ଭାବନା ଅଧିକ। ଦେଶର ବିଭିନ୍ନ କ୍ଷେତ୍ରରେ ଲଗାତର ୩ ଦିନ ବ୍ୟାଙ୍କ ବନ୍ଦ ରହିବ।ଶନିବାର ଦୀପାବଳି ଯୋଗୁ ବ୍ୟାଙ୍କ ବନ୍ଦ ରହିବାକୁ ଥିବା ବେଳେ ୧୫ ନଭେମ୍ବର ଦିନ ରବିବାର ଯୋଗୁ ସ୍ବାଭାବିକ ଭାବେ ବ୍ୟାଙ୍କ ବନ୍ଦ ରହିବ। କିନ୍ତୁ ୧୬ ନଭେମ୍ବରରେ ବିଭିନ୍ନ ସ୍ଥାନରେ ଭାଇଜୁଦ ପାଳନ କରାଯିବ। ଭାଇଜୁଦ ପାଳନ ପାଇଁ ଅନେକ ରାଜ୍ୟରେ ବ୍ୟାଙ୍କ ଛୁଟି ରହିବ ବୋଲି ଜଣାଡ଼ିଛି।

ଏହାର ଅର୍ଥ ପୁଣି ୧୭ ନଭେମ୍ବରରୁ ବ୍ୟାଙ୍କ ସେବା ଆରମ୍ଭ ହେବ ।ଏହା ପରେ ପୁଣି ୨୦ ଓ ୨୧ ନଭେମ୍ବରରେ ଛଠ ପର୍ବ ଥିବାରୁ ବ୍ୟାଙ୍କ ଛୁଟି ରହିବ । ତା ପରଦିନ ରବିବାର ପଡ଼ୁଛି। ତେବେ ବାକି ରହିଥିବା କାର୍ଯ୍ୟ ପାଇଁ ଗ୍ରାହକଙ୍କୁ ୧୭,୧୮ ଓ ୧୯ ନଭେମ୍ବର ମିଳିବ। ତେବେ ଏହି ସମୟରେ ଏଟିଏମ୍‌ରେ ଟଙ୍କା ମିଳିବା ବି ମୁସ୍‌କିଲ ହୋଇପାରେ। କିନ୍ତୁ ଏହି ସମୟରେ ଅନଲାଇନ୍‌ ବ୍ୟାଙ୍କିଙ୍ଗ ମାଧ୍ୟମରେ ଟ୍ରାଞ୍ଜାକ୍ସନ କରିପାରିବେ। ଟଙ୍କା ଟ୍ରାନ୍ସଫର ସହିତ ଅନ୍ୟ ଅନ୍‌ଲାଇନ୍‌ ପେମେଣ୍ଟ ମଧ୍ୟ କରିପାରିବେ।

Show More

Related Articles

Back to top button