ଦେଶ ବିଦେଶବାଣିଜ୍ୟ

ଭାରତ ବଜାରକୁ ଆସିବ ୫ଟି ନୂଆ ଷ୍ଟାଇଲ କାର

ତେବେ ଆସନ୍ତୁ ଜାଣିବା କଣ ସେଗୁଡିକ-

ଦେଶରେ କରୋନା ସଙ୍କଟ ଏବଂ ସାମାଜିକ ଦୂରତା ଯାନାବାହନର ଚାହିଦା ବଢିବାରେ ସହାୟକ ହୋଇଛି । ବଢିଚାଲିଛି । ଗାଡି ନିର୍ମାତା କମ୍ପାନୀ ଲୋକଙ୍କ ଗାଡି କିଣିବା ବଢୁଥିବା ଆଶାକୁ ଦେଖି ବଜାରରେ ନୂତନ କାର ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଦୀପାବଳି ପୂର୍ବରୁ ଏବଂ ଡିସେମ୍ବରରେ ଲଞ୍ଚ ହୋଇଥିବା କାରଗୁଡିକରେ ପ୍ରିମିୟମ୍ ହ୍ୟାଚବ୍ୟାକ୍, ସବ୍-କମ୍ପାକ୍ଟ ଏସୟୁଭି, ଏସୟୁଭି, ସେଡାନ୍ ଇତ୍ୟାଦି ରହିଛି । ଏହି କାରଗୁଡିକ ନିସାନ, ଟୟୋଟା ଏବଂ ମହିନ୍ଦ୍ରା ପରି କମ୍ପାନୀଗୁଡିକର ଅଟେ | ତେବେ ଆସନ୍ତୁ ଦେଖିବା ଖୁବ୍ ଶୀଘ୍ର ଭାରତୀୟ ରାସ୍ତାରେ ଅବତରଣ କରୁଥିବା ପାଞ୍ଚଟି ନୂଆ କାର ବିଷୟରେ ଜାଣିବା…

୧. ନିସାନ୍ ମ୍ୟାଗ୍ନାଇଟ୍

ନିସାନ ଅଟୋମୋବାଇଲ୍ ଇଣ୍ଡିଆ ଖୁବ୍ ଶୀଘ୍ର ଏହାର ନୂତନ ସବ୍-କମ୍ପାକ୍ଟ ଏସୟୁଭି ମ୍ୟାଗ୍ନାଇଟ୍ ଭାରତୀୟ ବଜାରରେ ଲଞ୍ଚ କରିପାରିବ। ଏହି SUVରେ ୧.୦ ଲିଟର ପେଟ୍ରୋଲ ଇଞ୍ଜିନ୍ ମିଳିବ, ଯାହା ୭୨ ଏଚପି ଶକ୍ତି ଉତ୍ପାଦନ କରିବ । ନିସାନ ମାଗ୍ନାଇଟର ବିଷୟରେ କହିବାକୁ ଗଲେ ଏହାର ଏକ ସେଗମେଣ୍ଟ ଅଛି । ପ୍ରଥମେ ୭.୦ ଇଞ୍ଚ TFT ଇନଷ୍ଟ୍ରୁମେଣ୍ଟ କନସୋଲ ୟୁନିଟ୍ । ଏହି ଦାମ୍‌ ଭିତରେ ଭାରତୀୟ ବଜାରରେ କୌଣସି କାରରେ ନାହିଁ | କାର୍‌ର ମୂଲ୍ୟ : ୫.୫ ରୁ ୮.୫ ଲକ୍ଷ ରହିବ ବୋଲି ଆଶା କରାଯାଉଛି ।

୨. ଟୟୋଟା ୟାରିସ୍ ବ୍ଲାକ୍ ଲିମିଟେଡ୍ ସଂସ୍କରଣ

କାର ନିର୍ମାତା କମ୍ପାନୀ ଟୟୋଟା କ୍ରମାଗତ ଭାବରେ ଭାରତକୁ ନୂତନ ମଡେଲ ଆଣି ବିକ୍ରୟ କିରବା ବଜାୟ ରଖିଛି । ଦୀପାବଳି ପୂର୍ବରୁ କମ୍ପାନୀ ଏହାର କମ୍ପାକ୍ଟ ସେଡାନ୍ ୟାରିସ୍ ର ବ୍ଲାକ୍ ଏଡିସନ୍ ଭାରତୀୟ ବଜାରରେ ଲଞ୍ଚ କରିପାରିବ ଯୋଜାନ ଥିଲା । ୟାରିସ୍ ବ୍ଲାକ୍ ସଂସ୍କରଣ ଏକ ସୀମିତ ସମୟ ପ୍ରକାର ହେବ । ଯେପରି କି ଏହା କିଛି ସମୟ ପାଇଁ ଉପଲବ୍ଧ ହେବ । ୟାରିସରେ ୧.୫ ଲିଟର ପେଟ୍ରୋଲର ଇଞ୍ଜିନ ଅଛି । କାର୍‌ର ମୂଲ୍ୟ : ୧୨.୪୦ ରୁ ୧୩.୬୦ ଲକ୍ଷ ରହିବ ବୋଲି ଆଶା କରାଯାଉଛି ।

୩. ମହିନ୍ଦ୍ରାର ନୂତନ ସ୍କର୍ପିଓ

ଭାରତୀୟ ବଜାରରେ ମହିନ୍ଦ୍ରା ତାର ନୂଆ ସ୍କର୍ପିଓ ଖୁବ ଶୀଘ୍ର ଲଞ୍ଚ କରିବାକୁ ଯୋଜନା କରିଛି । ଦେଶରେ ପରୀକ୍ଷଣ ସମୟରେ ନୂଆ ପୀଢିର ଏହ ସ୍କର୍ପିଓ ଅନେକ ପରୀକ୍ଷଣ ପରେ ବଜାରକୁ ଛଢାଉଯାଇଛି । ଆସନ୍ତା ବର୍ଷ ମାର୍ଚ୍ଚ ପରେ ଏହା ଲଞ୍ଚ ହେବ ବୋଲି ଆଶା କରାଯାଉଛି। ନୂତନ ପୀଡିର ସ୍କର୍ପିଓ ୨.୨-ଲିଟର ଟର୍ବୋ ଚାର୍ଜଡ୍ ଡିଜେଲ ଇଞ୍ଜିନ୍ ମିଳିବ । ଯାହା ପ୍ରାୟ ୧୬୦ ବିଏଚ୍‌ପି ଶକ୍ତି ଏବଂ ୩୫୦ ଏନଏମ୍‌ ଟର୍କ ଉତ୍ପାଦନ କରିଥାଏ । ଏସୟୁଭିର ପେଟ୍ରୋଲ ମଡେଲକୁ ଏକ ନୂତନ ୨.୦ ଲିଟର ଟର୍ବୋ ଚାର୍ଜ ପେଟ୍ରୋଲ ଇଞ୍ଜିନ ମିଳିବ । କାର୍‌ର ମୂଲ୍ୟ : ୧୩ ରୁ ୧୭ ଲକ୍ଷ ରହିବ ବୋଲି ଆଶା କରାଯାଉଛି

୪. ଫୋର୍ସ ଗୁରୁଖା

ଫୋର୍ସ ନିଜର ନୂତନ ଗାଡି ଏସୟୁଭି ଗୁରୁଖା ଭାରତୀୟ ବଜାରରେ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି। ଡିସେମ୍ବର ଶେଷ ସୁଦ୍ଧା ଗାଡ଼ିକୁ ଭାରତୀୟ ବଜାରରେ ଲଞ୍ଚ ହୋଇପାରିବ। ଫୋର୍ସ ଗୁରୁଖା ୨.୨ରେ ୨୧୪୯ ସିସି ୪ ସିଲିଣ୍ଡର, ଇନଲାଇନ, ଡିଜେଲ ଇଞ୍ଜିନ୍ ଅଛି । ଯାହା ୩୮୦୦ଆରପିଏମ୍‌ରେ ୧୪୦ ଏଚପି ଶକ୍ତି ଏବଂ ୧୬୦୦-୨୪୦୦ ଆର୍‌ପିଏମ୍‌ରେ ୩୨୧ ଏନଏମ୍‌ ଟର୍କ ସୃଷ୍ଟି କରିଥାଏ । ଟ୍ରାନ୍ସମିସନ ବିଷୟରେ କହିବାକୁ ଗଲେ, ଇଞ୍ଜିନଟି ୬-ସ୍ପିଡ୍ ଗିଅରବକ୍ସ ସହିତ ସଜ୍ଜିତ ରହିଛି । କାର୍‌ର ମୂଲ୍ୟ : ୯.୭୫ ରୁ ୧୩.୩୦ ଲକ୍ଷ ରହିବ ବୋଲି ଆଶା କରାଯାଉଛି ।

୫. ମାରୁତି ୱାଗନ୍ଆର ଇଲେକ୍ଟ୍ରିକ୍

ମାରୁତି ସୁଜୁକି ଇଣ୍ଡିଆ ନିଜ କାର ୱାଗନ୍‌ର ଏକ ଇଲେକ୍ଟ୍ରିଟ କାର୍‌ ଲଞ୍ଚ କରିବାକୁ ଯୋଜନା କରିଛି । କାରର ପରୀକ୍ଷଣ ସାରା ଦେଶରେ ଚାଲିଛି । ଏହି ଇଲେକ୍ଟ୍ରିକ୍ କାର୍ ଥରେ ଚାର୍ଜ ହେଲେ, ଅତିକମ୍‌ରେ ପ୍ରାୟ ୨୦୦ କିଲୋମିଟର ଦୂରତା ପର୍ଯ୍ୟନ୍ତ ଅତିକ୍ରମ କରିବ । ଆସନ୍ତା ବର୍ଷ ଏହି କାର୍‌ ଲଞ୍ଚି କରିବାକୁ ଯୋଜନା ରଖିଛି କମ୍ପାନୀ । କାର୍‌ର ମୂଲ୍ୟ : ୮ ଲକ୍ଷ ରହିବ ବୋଲି ଆଶା କରାଯାଉଛି

Show More

Related Articles

Back to top button