ଓଡ଼ିଶାଜୀବନଚର୍ଯ୍ୟା

ଝୋଟି ପାରିବା ଯୋଗୁ ମିଳିଥାଏ ୫ଟି ଲାଭ

ହିନ୍ଦୁ ଧର୍ମର ଲୋକେ ଘର ଆଗରେ ଝୋଟି ପାରିବା ଏକ ସାଧାରଣ କଥା। ଘରର ସୁଖ ଓ ସମୃଦ୍ଧି ଲାଗି ଅଗଣାରେ ଝୋଟି ପାରନ୍ତି। ଦିପାବଳୀ ଓ ଏଭଳି ଅବସରମାନଙ୍କରେ ଘର ଅଗଣାରେ ଝୋଟି ପକାଇବା ଅନେକ ଗୁରୁତ୍ୱ ବହନ କରେ। ଏଣୁ ଦଶହରାରୁ ଲୋକଙ୍କ ଘର ଅଗଣାରେ ଝୋଟି ପଡିବା ଆରମ୍ଭ ହୋଇଯାଏ

ତେବେ କେବଳ ଝୋଟି ଯେ ସାଜ ସଜ୍ଜା ଅଥବା ଧାର୍ମିକ କାରଣରୁ ଗୁରୁତ୍ୱପୂର୍ଣ୍ଣ ତାହା ନୁହେଁ ବୈଜ୍ଞାନିକ ଦୃଷ୍ଟିରୁ ମଧ୍ୟ ଏହାର ଅନେକ ମହତ୍ୱ ରହିଛି। ତେବେ ଆସନ୍ତୁ ଜାଣିବା ଝୋଟି ପକାଇବା ଯୋଗୁ କଣ ହୁଏ ଲାଭ ?
ଝୋଟି ପାରିବା ଏକ କଳାନୈପୁଣ୍ୟତା। ଏହା ଘରର ଓ ପରିବେଶର ସୌନ୍ଧର୍ଯ୍ୟ ବଢାଇବା ସହ ସକରାତ୍ମକ ଭାବନାର ସଞ୍ଚାର କରିଥାଏ। ତେବେ ଏଥିରୁ ମିଳୁଥିବା ୫ଟି ଲାଭ ସମ୍ପର୍କରେ ଆସନ୍ତୁ ଜାଣିବା।

୧-ଝୋଟି ପାରିବା ଏକ କଳା ଓ ଯେଉଁମାନେ ସୌକିନ ସେମାନେ ଝୋଟି ପାରିଥାନ୍ତି। ତେବେ ଝୋଟି ପାରିବା ବେଳେ ପ୍ରଥମତଃ ସକରାତ୍ମକ ଭାବନା ଉଦ୍ରେକ କରିଥାଏ। ଏହି ପ୍ରକ୍ରିୟା ଆପଣଙ୍କୁ ଟେନସନ ମୁକ୍ତ କରିଥାଏ।

୨-ଝୋଟି ପାରିବା ଲାଗି ଆପଣ ବୃଦ୍ଧାଙ୍ଗୁଷ୍ଟି ଓ ତର୍ଜନୀର ବ୍ୟବହାର କରନ୍ତି। ଏହି ଦୁଇ ଅଙ୍ଗୁଳି ମିସି ଜ୍ଞାନମୁଦ୍ରା ସୃଷ୍ଟି କରନ୍ତି। ଯାହା ଆପଣଙ୍କ ମସ୍ତିଷ୍କକୁ ଶକ୍ତିଶାଳୀ କରିବା ସହ ଅଧିକ ସକ୍ରିୟ କରିଥାଏ। ଏଭଳି ମୁଦ୍ରା ବୌଦ୍ଧିକ ବିକାଶକୁ ତ୍ୱରାନ୍ୱିତ କରିଥାଏ।

୩-ଆକ୍ୟୁ ପ୍ରେସର ଦୃଷ୍ଟିରୁ ଏହି ମୁଦ୍ରା ଆପଣଙ୍କ ସୁସ୍ଥ ସ୍ୱାସ୍ଥ୍ୟ ଲାଗି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏପିର ମୁଦ୍ରା ଦୀର୍ଘ ସମୟ ଧରି ରହୁଥିବାରୁ ରକ୍ତଚାପରୁ ମୁକ୍ତ କରିବା ସହ ଆତ୍ମିକ ଶାନ୍ତି ମଧ୍ୟ ପ୍ରଦାନ କରେ।

୪-ରଙ୍ଗ ମଧ୍ୟ ଶରୀର ଉପରେ ସକରାତ୍ମକ ପ୍ରଭାବ ଛାଡିଥାଏ। ଯାହା ବିଜ୍ଞାନ ସମେତ ବିଭିନ୍ନ ଚିକିତ୍ସା ପଦ୍ଧତୀ ମଧ୍ୟ ସ୍ୱୀକାର କରେ। ଝୋଟି ପାରିବା ଲାଗି ଯେତେବେଳେ ଆପଣ ରଙ୍ଗ ସମ୍ପର୍କରେ ଆସନ୍ତି ସେଥିରୁ ଉତ୍ସର୍ଜିତ ଶକ୍ତି ଆପଣଙ୍କ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଉପରେ ସକରାତ୍ମକ ପ୍ରଭାବ ପକାଏ।

୫-ସେହିପରି ବିଭିନ୍ନ ରଙ୍ଗରେ ପରା ଯାଇଥିବା ଝୋଟି ଆପଣଙ୍କ ଘର ଓ ଆଖପାଖର ବାତାବରଣକୁ ସକରାତ୍ମକ ଶକ୍ତିରେ ଭରିଥାଏ। ଫଳରେ ଆପଣଙ୍କ ମନ ପ୍ରସନ୍ନ ରହିବା ସହ ପରିବେଶ ମଧ୍ୟ ଅନୁରୂପ ହୋଇଯାଏ। ଯାହା ପ୍ରଭାବ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପଡିଥାଏ।

Show More

Related Articles

Back to top button