ଓଡ଼ିଶାମୁଖ୍ୟ ଖବରରାଜନୀତି

‘ଚକା ଜାମ’ ଆନ୍ଦୋଳନକୁ ରାଜ୍ୟ କଂଗ୍ରେସର ସମର୍ଥନ

ଚାଷୀ ସଂଗଠନର 'ଚକା ଜାମ' ଆନ୍ଦୋଳନ । ଦେଶବ୍ୟାପି 'ଚକା ଜାମ'କୁ ଅଖିଳ ଭାରତୀୟ କଂଗ୍ରେସ କମିଟି ସମର୍ଥନ ଜଣାଇଛି ।

ଭୁବନେଶ୍ବର : ଆସନ୍ତାକାଲି ଚାଷୀ ସଂଗଠନର ‘ଚକା ଜାମ’ ଆନ୍ଦୋଳନ । ଦେଶବ୍ୟାପି ‘ଚକା ଜାମ’କୁ ଅଖିଳ ଭାରତୀୟ କଂଗ୍ରେସ କମିଟି ସମର୍ଥନ ଜଣାଇଛି । ଫଳରେ ଚାଷୀମାନଙ୍କର ଏହି ଆନ୍ଦୋଳନକୁ ରାଜ୍ୟ କଂଗ୍ରେସ ମଧ୍ୟ ସମର୍ଥନ ଜଣାଇ ରାଜରାସ୍ତାକୁ ଓହ୍ଲାଇବା ପାଇଁ ନିଷ୍ପତ୍ତି ନେଇଛି। ଚାଷୀ ଆନ୍ଦୋଳନକୁ ନେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ବରିଷ୍ଠ ନେତା ସୁଦର୍ଶନ ଦାସ। ସେ କହିଛନ୍ତି ଯେ, ଆଜି ଅନୁଷ୍ଠିତ ଗୁରୁତ୍ବପୂର୍ଣ୍ଣ ବୈଠକରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ଦଳ ପକ୍ଷରୁ ଏଭଳି ନିଷ୍ପତ୍ତି ହୋଇଛି। ସୂଚନାଯୋଗ୍ୟ, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସ୍ଥାନୀୟ କଂଗ୍ରେସ ଭବନରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ୩୦ ଜିଲ୍ଲାର ସଭାପତି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏତଦ୍‌ ବ୍ୟତୀତ ବୈଠକରେ ସମସ୍ତ ଜିଲ୍ଲାର ପ୍ରଭାରୀମାନେ ସାମିଲ ହୋଇଥିଲେ। ତୃଣମୂଳ ସ୍ତରରୁ କଂଗ୍ରେସକୁ ମଜବୁତ୍ କରିବା ନେଇ ବୈଠକରେ ଆଲୋଚନା ହୋଇଥିବା ଜଣାଯାଇଛି।

Show More

Related Articles

Back to top button