Breaking PLUSଦେଶ ବିଦେଶମୁଖ୍ୟ ଖବରରାଜନୀତି

‘ଦିଲ୍ଲୀ-ଗାଜିପୁର ସୀମା, ଭାରତ-ପାକିସ୍ତାନ ସୀମା ପରି ଲାଗୁଛି’

କୃଷି ଆଇନକୁ ନେଇ ସଂସଦରେ ଅନେକ ବିରୋଧୀ ଦଳ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଚିଠି ଲେଖିଛନ୍ତି ।  ଯେଉଁଥିରେ ଦିଲ୍ଲୀ ଗାଜିପୁର ସୀମାକୁ ଭାରତ-ପାକିସ୍ତାନ ସୀମା ସହ ତୁଳନା କରିଛନ୍ତି ।  ଏହାସହ ବିରୋଧୀ ଦଳର ସାସଂଦ ମାନେ ନୂଆ କୃଷି ଆଇନକୁ ନେଇ ସଂସଦରେ ସ୍ବତନ୍ତ୍ର ଚର୍ଚ୍ଚା କରିବାକୁ ଦାବି କରିଛନ୍ତି ।  

ନୂଆଦିଲ୍ଲୀ : ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ଜାରି ରହିଛି ଧନ୍ୟବାଦ ପ୍ରସ୍ତାବ । ଏହି ସମୟରେ କୃଷି ଆଇନକୁ ନେଇ ସଂସଦରେ ଅନେକ ବିରୋଧୀ ଦଳ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଚିଠି ଲେଖିଛନ୍ତି ।  ଯେଉଁଥିରେ ଦିଲ୍ଲୀ ଗାଜିପୁର ସୀମାକୁ ଭାରତ-ପାକିସ୍ତାନ ସୀମା ସହ ତୁଳନା କରିଛନ୍ତି ।  ଏହାସହ ବିରୋଧୀ ଦଳର ସାସଂଦ ମାନେ ନୂଆ କୃଷି ଆଇନକୁ ନେଇ ସଂସଦରେ ସ୍ବତନ୍ତ୍ର ଚର୍ଚ୍ଚା କରିବାକୁ ଦାବି କରିଛନ୍ତି ।

ବାଚସ୍ପତିଙ୍କୁ ଲେଖିଥିବା ଚିଠିରେ ବିରୋଧୀ ଦଳର ସାସଂଦମାନେ ଲେଖିଛନ୍ତି ସୀମାରେ କଣ୍ଟାଯୁକ୍ତ ତାର ଓ କମ ଉଚ୍ଚ କଙ୍କ୍ରିଟ କାନ୍ଥ ରଖାଯାଇଛି, ଯାହା ଭାରତ-ପାକିସ୍ତାନ ସୀମାର ଆଭାସ ଦେଉଛି ।  ଏହି ଚିଠିରେ ଡିଏମକେର ସାସଂଦ କାନିମ୍ମୋଡି, ଏଆଇଟିସି ପ୍ରୋଫେସର ସ୍ବଗତ ରୟ, ଏନସିପି ସାସଂଦ ସୁପ୍ରିୟା ସୁଲେ, ଶ୍ରୀମାନ ଅକାଳି ଦଳର ହରସିମରତ କୌର ବାଦଲ, ଆରଏସପିର ଏନ.କେ ପ୍ରେମଚନ୍ଦନ, ଡିଏମକେର ତ୍ରିରାଚି ଶିବା, ସିପିଆଇ ଏମର ଏମ. ଆରିଫ ପ୍ରମୁଖ ହସ୍ତକ୍ଷାର କରିଛନ୍ତି ।

ସୂଚନା ଅନୁସାରେ, ବିରୋଧୀ ଦଳର ସାଂସଦ ମାନେ ଗାଜିପୁର ସୀମାରେ ଆନ୍ଦୋଳନ କରୁଥିବା କୃଷକଙ୍କୁ ସାକ୍ଷାତ କରିବାକୁ ଅନୁମତି ମିଳିନାହିଁ। ସ୍ଥାନୀୟ ପୋଲିସ ପ୍ରଶାସନ ଏହି ଅନୁମତି ଦେଇନଥିବା କହିଛନ୍ତି, ଏନସିପିର ସାସଂଦ ସୁପ୍ରିୟା ସୁଲେ। ନୂଆ କୃଷି ଆଇନକୁ ନେଇ ନଭେମ୍ବର 26 ତାରିଖରୁ ରାଜଧାନୀ ଦିଲ୍ଲୀର ବିଭିନ୍ନ ସୀମାରେ ବିରୋଧ ପ୍ରଦର୍ଶନ କରାଯାଉଛି।

 

 

 

Show More

Related Articles

Back to top button