Breaking PLUSଓଡ଼ିଶାମୁଖ୍ୟ ଖବର
ବଢିପାରେ ବିଦ୍ୟୁତ ଦର
୨୦୨୧-୨୨ ବର୍ଷର ବିଦ୍ୟୁତ ଦର ନିର୍ଦ୍ଧାରଣ ପାଇଁ ଆଜିଠାରୁ ଓଇଆରସିରେ ଶୁଣାଣି ଆରମ୍ଭ ହୋଇଛି । ଦୁଇ ବିଦ୍ୟୁତ ଉତ୍ପାଦନ ସଂସ୍ଥା ଓପିଜିସି ଓ ଓଏଚ୍ପିସି ଶୁଣାଣିରେ ଭାଗ ନେଇ ଟାରିଫ ବୃଦ୍ଧି ପାଇଁ ଯୁକ୍ତି ଉପସ୍ଥାପନ କରିଛନ୍ତି ।
ଭୁବନେଶ୍ବର : ୨୦୨୧-୨୨ ବର୍ଷର ବିଦ୍ୟୁତ ଦର ନିର୍ଦ୍ଧାରଣ ପାଇଁ ଆଜିଠାରୁ ଓଇଆରସିରେ ଶୁଣାଣି ଆରମ୍ଭ ହୋଇଛି । ଦୁଇ ବିଦ୍ୟୁତ ଉତ୍ପାଦନ ସଂସ୍ଥା ଓପିଜିସି ଓ ଓଏଚ୍ପିସି ଶୁଣାଣିରେ ଭାଗ ନେଇ ଟାରିଫ ବୃଦ୍ଧି ପାଇଁ ଯୁକ୍ତି ଉପସ୍ଥାପନ କରିଛନ୍ତି । ଓପିଜିସି ଚାରି ପଇସା ବୃଦ୍ଧି ପାଇଁ ଦାବି କରିଥିବା ବେଳେ ଓଏଚ୍ପିସି ପାଖାପାଖି ୨ ଟଙ୍କା ୬୭ ପଇସା ଦାବି କରିଛି । ଯାହାକୁ ଦୃଢ଼ ବିରୋଧ କରିଛି ବିଦ୍ୟୁତ ଉପଭୋକ୍ତା ସଂଘ । ଓଏଚ୍ପିସି କହିଛି ଚଳିତବର୍ଷ ସେ ୫ ହଜାର ୬୧୯ ମିଲିଅନ ୟୁନିଟ୍ ବିଦ୍ୟୁତ୍ ଉତ୍ପାଦନ କରିବ । ଏଥିଲାଗି ୫୩୫ କୋଟି ୮୪ ଲକ୍ଷ ଟଙ୍କା ଆବଶ୍ୟକ । ଏହାକୁ ଟାରିଫ୍ ଆକାରରେ ଆଦାୟ କରିବା ପାଇଁ ଓଏଚ୍ପିସି ଯୁକ୍ତି କରିଛି । ୟୁନିଟ୍ ପିଛା ପାଖାପାଖି ୪ ପଇସା ବୃଦ୍ଧି ପାଇଁ ଦାବି କରିଛି ଓଏଚ୍ପିସି । ସେପଟେ ଓପିଜିସି ପାଖାପାଖି ୨ ଟଙ୍କା ୬୭ ପଇସା ବୃଦ୍ଧି ପାଇଁ ଦାବି କରିଛି । ସେପଟେ ବିଦ୍ୟୁତ୍ ଦର ବୃଦ୍ଧିକୁ ବିରୋଧ କରିଛି ଉପଭୋକ୍ତା ମହାସଂଘ ।