Breaking PLUSଓଡ଼ିଶାମୁଖ୍ୟ ଖବର

ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ପାଇଁ କଂଗ୍ରେସ ପକ୍ଷରୁ ଦାବି

ଭୁବନେଶ୍ୱର- ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଭାପତି ଶ୍ରୀ ଶରତ ପଟ୍ଟନାୟକ ସାମ୍ବାଦିିକ ମାନଙ୍କୁ ଦମ୍ବୋର୍ଦ୍ଧିତ କରି କହିଥିଲେ ଯେ ଓଡ଼ିଶା ସରକାର ଓଡ଼ିଶା ଓ ଓଡ଼ିଶା ବାହାରେଥିବା ଲକ୍ଷ ଲକ୍ଷ ଜଗନ୍ନାଥ ଭକ୍ତଙ୍କ ଭାବାବେଗକୁ ବାରମ୍ଭାର କୁଠାରଘାତ କରୁଛନ୍ତି । ଏଠାରେ ସ୍ମରଣ କରାଇଦିଆଯାଉଛି ଗତ ଅକ୍ଟୋବର ମାସ ୧୬ ତାରିଖ ରାଜ୍ୟ କଂଗ୍ରେସ ତରଫରୁ ଏକ ବିରାଟ ଜନଆନ୍ଦୋଳନ ଶରଧା ବାଲି ଠାରୁ ବାହାରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଏକ ୬ ଦଫା ଦାବି ସମ୍ବଳିତ ସ୍ମାରକ ପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦିଆଯାଇଥିଲା । ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ଅକ୍ଟୋବର ୨୮ ତାରିଖ ସୁଦ୍ଧା ଏହି ଦାବି ସମୁହକୁ ଗ୍ରହଣ କରି ଶ୍ରୀମନ୍ଦିରର ଚାରି ଦ୍ୱାରକୁ ଭକ୍ତମାନଙ୍କ ଉଦ୍ଦେଶ୍ୟରେ ଖୋଲିବା, ରତ୍ନ ଭଣ୍ଡାରର ଗଣତି ଓ ମଣତି କାର୍ଯ୍ୟ ଆରମ୍ଭ କରିବା ସହିତ ବେଦାନ୍ତ ଦ୍ୱାରା ଅଧିଗ୍ରହଣ କରାଯାଇଥିବା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅମୃତମୋଣହୀ ଜମିକୁ ଏବଂ ଚାଷୀମାନଙ୍କ ଚାଷ ଜମିକୁ ଫେରାଇବା, ପୁରୀର ଭୂମିହୀନ ସେବାୟତଙ୍କୁ ଜମି ପ୍ରଦାନ ସହିତ ୮୦ ହଜାର ପୁରୀ ବାସିନ୍ଦାଙ୍କୁ ସ୍ଥାୟୀ ପଟା ପ୍ରଦାନ କରିବାପାଇଁ ମହଲତ ଦେଇଥିଲେ । କିନ୍ତୁ ଏ ପର୍ଯ୍ୟନ୍ତ ମତାନ୍ଧ, ଅହଂକାରୀ ସରକାର କଂଗ୍ରେସର ଦାବିକୁ ଗ୍ରହଣ କଲା ନାହିଁ ।
ପବିତ୍ର କାର୍ତିକ ମାସରେ ସାରା ଓଡ଼ିଶା ଏବଂ ଓଡ଼ିଶା ବାହାରୁ ଲକ୍ଷ ଲକ୍ଷ ହବିଷ୍ୟାଳି ଓ ଭକ୍ତମାନେ ଜଗନ୍ନାଥ ଦର୍ଶନ ପାଇଁ ପୁରୀକୁ ଆସୁଛନ୍ତି । ଦିନ ଦିନ ଧରି ଅପେକ୍ଷା କଲାପରେ ମଧ୍ୟ ଜଗନ୍ନାଥଙ୍କୁ ଦର୍ଶନ କରିପାରୁ ନାହାନ୍ତି । କ୍ଷୋଭ ଓ କୋହଭରା କଣ୍ଠରେ ସେମାନେ ଜଗନ୍ନାଥଙ୍କୁ ଦର୍ଶନ ନକରି ଫେରିଯାଉଛନ୍ତି । ଏହା ଓଡ଼ିଶାର ସଂସ୍କୃତି, ଐତିହ୍ୟ ଓ ପରମ୍ପରା ପ୍ରତି ଏକ ବଡ଼ କୁଠାରଘାତ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ଶ୍ରୀ ପଟ୍ଟନାୟକ କହିଲେ ଯେ ଏ ସରକାର କାହାର ସ୍ୱାର୍ଥ ପୂରଣ କରିବାପାଇଁ ଭକ୍ତ ଓ ଭଗବାନ ମଧ୍ୟରେ ଏକ ପାଚେରୀ ହୋଇ ଛିଡ଼ାହୋଇଛନ୍ତି । ପ୍ରବିତ୍ର ଧର୍ମ ମାସରେ ଭକ୍ତମାନଙ୍କୁ ଶ୍ରୀ ମନ୍ଦିରକୁ ଅନାୟଶରେ ପ୍ରବେଶ ଓ ପ୍ରସ୍ତାନ ପାଇଁ ଦାୟୀତ୍ୱ ନିର୍ବାହ କରିବା ପରିବର୍ତେ ଦ୍ୱାର ବନ୍ଦ କରି ରଖିବା ଏହା ଜଗନ୍ନାଥ ସଂସ୍କୃତି ବିରୋଧି । ରାଜ୍ୟ ସରକାର ପୁରୀ ଶ୍ରୀ ମନ୍ଦିର ପରିକ୍ରମା ପକଳ୍ପକୁ ଆଜକୁ ପାଖାପାଖି ୩ ବର୍ଷ ରୁ ଅଧିକ ସମୟ ହେଲାଣି ମାତ୍ର ଏ ପର୍ଯ୍ୟନ୍ତ ସମୁଦାୟ ପ୍ରକଳ୍ପର ୧୦ ଭାଗ କାମ ମଧ୍ୟ ହୋଇନାହିଁ । ଭକ୍ତଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ଆସନ୍ତା ନଭେମ୍ବର ମାସ ୯ ତାରିଖ ଗୁରୁବାର ଦିନ ରାଜ୍ୟର ସମସ୍ତ ବ୍ଲକ, ଏନଏସି, ମୁନିସିପାଲଟି ଓ ମହାନଗର ନିଗମ ରେ ଥିବା ଜଗନ୍ନାଥ ମନ୍ଦିର ସମ୍ମୁଖରେ ଉପରୋକ୍ତ ଦାବିକୁ ସରକାର ଗ୍ରହଣ କରିବା ପାଇଁ ଦିନ ୯ ଘଂଟାରୁ ୧୨ ଘଂଟା ପର୍ଯ୍ୟନ୍ତ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସଂକୀର୍ତନ ସତ୍ୟାଗ୍ରହ କରାଯିବ ।

Show More

Related Articles

Back to top button